ଶଗଡା ହାଟପଦା ଠାରେ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର।
ବୌଦ୍ଧ ( ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଠାରେ ଆଜି ଶୁକ୍ରବାର ଦିନ ଏଗାର ଟା ସମୟରେ ଲୁମୁରଜେନା ଉକାବୀର ଗ୍ରାମର ଦିଲ୍ଲୀପ କୁମାର କର୍ଣ୍ଣ ଶୁକ୍ରବାର ହାଟ ଶଗଡା ଗ୍ରାମ କୁ ଯାଇଥିଲେ । ହାଟ ରେ ଦିଲ୍ଲୀପ ପରିବା କିଣିବା ସମୟ ରେ ପଛପଟୁ କେହିଜଣେ ଦୁର୍ବୁତ୍ତ ଆସି ଦିଲ୍ଲିପକଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଚାଲିଗଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଶଗଡା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଶଗଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳ ରେ ପହଁଞ୍ଚି 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । 108 ଆମ୍ବୁଲାନ୍ସ ଯୋଗେ ବାଉଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦିଲ୍ଲୀପ କୁମାର କର୍ଣ୍ଣ ଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ ।ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୋନପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏବେ ମନମୁଣ୍ଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment