BREAKING
Loading...
:

ବାହା ବେଦି ରେ ବର କୁ ହତ୍ୟା ଉଦ୍ୟମ ।

 ବାହା ବେଦି ରେ ବର କୁ ହତ୍ୟା ଉଦ୍ୟମ ।

ବଲାଙ୍ଗୀର (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ବାବେଜୋର ଗାଁ ଠାରେ କନ୍ୟା ଘର ଆଗରେ ବର ସାଜି ଥିବା ପୁଅ କୁ ହତ୍ୟା କରିବା ସୁପାରୀ ନେଇଥିଲେ କିଛି ଦୁର୍ବୃତ୍ତ l ଯୋଜନା ମୁତାବକ ବର ପିଲାକୁ କନ୍ୟା ଘର ସମ୍ମୁଖରେ ହତ୍ୟା ପାଇଁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମାନେ l କିନ୍ତୁ ଗାଁ ଲୋକଙ୍କ ହାବୁଡ଼ରେ ପଡି ନିର୍ଧୁମ ଛେଚା ଖାଇଲେ ଦୁର୍ବୃତ୍ତ ମାନେ l ପରେ ଦେଓଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାତ ଜଣ ଦୁର୍ବୃତ୍ତ କୁ ଥାନାରେ ଅଟକ ରଖିଛି ଦେଓଗାଁ ପୋଲିସ l ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ l ଘଟଣା ମୁତାବକ, ଗତକାଲି ଗାଇବାହାଲ ଗାଁ ରୁ ବରପକ୍ଷ ବରଯାତ୍ରୀ ପାଇଁ ବାହାରିଥିଲେ ନିକଟସ୍ଥ ବାବିଜୋର ଗାଁ କୁ l ବରପକ୍ଷ ଡିଜେ ର ସୁରେ ସୁରେ ନାଚି ନାଚି ପହଂଚିଥିଲେ କନ୍ୟା ଘରକୁ l ବରପକ୍ଷ ଲୋକେ ଭୋଜି ଭାତ ମଧ୍ୟ ଖାଇ ସାରିଥିଲେ l ଠିକ ଏହି ସମୟରେ ଆଠ ରୁ ଦଶ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ସହିତ ବିଭିନ୍ନ ମରଣାସ୍ତ୍ର ଓ ମରିଚ ଗୁଣ୍ଡ ଧରି ଆକ୍ରମଣ କରିଥିଲେ ବରପିଲା କୁ l ଭାଗ୍ୟବଶତଃ ବରପିଲା କୁ ଆକ୍ରମଣ କରିବା ସମୟରେ ପଡିଯାଇଥିଲେ ଗାଁ ଲୋକଙ୍କ ହାବୁଡ଼ରେ l ଗାଁ ଲୋକେ ମଧ୍ୟ ଏହି ଆକ୍ରମଣକାରି ଙ୍କୁ କାବୁ କରି ଦେଇଥିଲେ l ଏ ପର୍ଯ୍ୟନ୍ତ ସାତ ଜଣ ଦୁର୍ବୃତ୍ତ ଙ୍କୁ ଥାନାରେ ଅଟକ ରଖିଥିବା ବଲାଙ୍ଗୀର ଏସ୍ଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି l ତେବେ ଦେଖାଯାଉ ଏହି ଆକ୍ରମଣ ପ୍ରେମ ବ୍ୟାପାର କୁ ନେଇ ହୋଇଥିଲା ନା କୌଣସି ପୁରୁଣା ଶତ୍ରୁତା କୁ ନେଇ, ତାହା ପରେ ଜଣାପଡିବ ଓ ଏବେ ଅପରାଧୀଙ୍କ ଙ୍କ ଠାରୁ ବନ୍ଧୁକ, ଛୁରୀ, ହାତୁଲ, ଲଙ୍କା ଗୁଣ୍ଡ,, ନିଶା ଔଷଧ ଓ ଅନେକ ଜିନିଷ ଜବତ କରିଛି ବୋଲି ଦେଓଗାଁ ଥାନାଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS