BREAKING
Loading...
:

ବୋଲଗଡ଼ରେ ଶ୍ରୀଅରବିନ୍ଦ ପାଠଚକ୍ର ବାର୍ଷିକ ଉତ୍ସବ, ଆଧ୍ୟାତ୍ମିକତା ଜୀବନକୁ ଶାନ୍ତି ପ୍ରଦାନ କରିଥାଏ

 ବୋଲଗଡ଼ରେ ଶ୍ରୀଅରବିନ୍ଦ ପାଠଚକ୍ର   ବାର୍ଷିକ ଉତ୍ସବ, ଆଧ୍ୟାତ୍ମିକତା ଜୀବନକୁ ଶାନ୍ତି ପ୍ରଦାନ କରିଥାଏ

ବୋଲଗଡ଼  ( ମଣିଭଦ୍ରା ଖବର)

 ଦିବ୍ୟ ଜନନୀ ଶ୍ରୀମା'ଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବୋଲଗଡ଼ ଗୋପବନ୍ଧୁଛକ ସ୍ଥିତ  ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ  ଗବେଷଣା କେନ୍ଦ୍ର ପରିସରରେ ଶ୍ରୀଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ରର  ଏକାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ଗୋପିନାଥ ଖାଡ଼ଙ୍ଗାଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି  । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ଦଳବେହେରା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ପରିଡ଼ା , ସମ୍ମାନୀତ ଅତିଥି ଭାବେ ଫକୀର ମୋହନ ଫତେସିଂହ , ସୁଜାତା ସାହୁ , ସହ-ସଂଯୋଜିକା କବିତା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।   କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଦେବଶ୍ରୀ ପଣ୍ଡା ଦୁର୍ଗାସ୍ତୋତ୍ର  ପଠନ କରିଥିବା ବେଳେ ନେତାରାଣୀ ମହାରଣା ମା'ବହି ପଠନ କରିଥିଲେ  । କଳାଶିକ୍ଷକ ଚନ୍ଦନ ପଶ୍ଚିମକବାଟ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ  । ବିଦ୍ୟାଳୟର ସଭାପତି ଗୋପିନାଥ ଖାଡ଼ଙ୍ଗା ଅତିଥି ପରିଚୟ ପ୍ରଦାନ  କରି ସ୍ଵାଗତ ଭାଷଣ ଦେଇଥିବା ବେଳେ  ଅଧ୍ୟକ୍ଷା ଅରୋସ୍ମିତା ସାହୁ ବାର୍ଷିକ ପାଠଚକ୍ର ବିବରଣୀ ପାଠ କରିଥିଲେ  ।  ଏହି  ପାଠଚକ୍ର ବାର୍ଷିକ ଉତ୍ସବରେ ବୋଲଗଡ଼ ଆଖାପାଖ ଅଞ୍ଚଳର ବହୁ ଶ୍ରୀଅରବିନ୍ଦ ଅନୁରାଗୀ ଯୋଗ ଦେଇଥିଲେ  ।  ପାରିବାରରେ ଶାନ୍ତି ପାଇବା ପାଇଁ ହେଲେ ଘରେ ଘରେ  ଶ୍ରୀମା  ଶ୍ରୀଅରବିନ୍ଦଙ୍କ ପାଠଚକ୍ର ର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ରଘୁନାଥ ଦଳବେହେରା  କହିଥିଲେ  । ଶ୍ରୀମା  ଶ୍ରୀଅରବିନ୍ଦ ଙ୍କ ଦର୍ଶନ ନୂତନ ଜାତି ପାଇଁ ଏକ ଯୁଗାନ୍ତକାରୀ ପ୍ରେରଣା , ଆଧ୍ୟାତ୍ମିକତା ଜୀବନକୁ  ଶାନ୍ତି ପ୍ରଦାନ କରିବା ସହିତ ଆଦର୍ଶ ପିତାମାତା ଗଠନ କରିଥାଏ ବୋଲି ମୁଖ୍ୟବକ୍ତା ସେବତୀ ପରିଡ଼ା  ଉପସ୍ଥିତ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ  । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ନାୟକ, ଦ୍ରୌପଦୀ ମହାପାତ୍ର, ରଶ୍ମିତା ବେହେରା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ  । ପରିଶେଷରେ    ପାଠଚକ୍ର ସଦସ୍ୟ ଶାରଦା ପ୍ରସନ୍ନ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS