ମଞ୍ଚସ୍ଥ ହେଲା କେତେ ଦୁଃଖ ଦେବୁ କହ ଦଇବ, ରାତିସାରା ନାଟକର ଭରପୁର ମଜାନେଲେ ହଜାର ହଜାର ଦର୍ଶକ
ଦଶପଲ୍ଲା (ମଣିଭଦ୍ରା ଖବର) ବୁଧବାର ରାଜ୍ୟର ସମସ୍ତ ଶୈବପୀଠରେ ଧୁମଧାମର ସହିତ ପାଳିତ ହେଲା ମହାଶିବରାତ୍ରି ଜାଗର. ଏହି ପରିପ୍ରେକ୍ଷୀରେ ବିଭିନ୍ନ ଶୈବପିଠ ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ. ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ପଶ୍ଚିମାଞ୍ଚଳର ଟାକରା ଠାରେ ଥିବା ବାବା ସିଦ୍ଧେଶ୍ୱର ପୀଠରେ ମଧ୍ୟ ୨୬ ଓ ୨୭ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା. ୨୬ ତାରିଖରେ ପୌରାଣିକ ଗୀତିନାଟ୍ୟ ଇନ୍ଦ୍ରଜିତ ବଧ ଆୟୋଜନ କରାଯାଇଥିବା ବେଳେ ୨୭ ତାରିଖରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଯୁବ ଅନୁଷ୍ଠାନ ଦ୍ୱାରା ସାମାଜିକ ନାଟକ କେତେ ଦୁଃଖ ଦବୁ କହ ଦଇବ ପ୍ରସ୍ତୁତ କରାଯାଇଥିଲା. ଏହାର ମଞ୍ଚସ୍ଥ ପ୍ରାରମ୍ଭରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଦୃଢ ସଂଗଠକ ଉପେନ୍ଦ୍ର କୁମାର ସାହୁ, ସୁଦାମ ଚରଣ ନାୟକ ଯୋଗଦେଇ ସ୍ଥାନୀୟ କଳାକାର ମାନଙ୍କୁ
ଉତ୍ସାହିତ କରିବା ସହିତ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରିଥିଲେ. ରାତ୍ରିରେ ଦଶପଲ୍ଲା ଅଂଚଳରୁ ପ୍ରାୟ ହଜାର ହଜାର ଲୋକ ଉପସ୍ଥିତ ହୋଇ ନାଟକକୁ ଉପଭୋଗ କରିବା ସହିତ ପ୍ରଶଂସା ମଧ୍ୟ କରିଥିଲେ. ନାଟକରେ ସ୍ଥାନୀୟ ଯୁବ ଅନୁଷ୍ଠାନର ସଦସ୍ୟ ନିର୍ମଳ ଚନ୍ଦ୍ର ବାରିକ, ପ୍ରିୟବ୍ରତ ଆଚାର୍ଯ୍ୟ ଅଭିନୟ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ତ୍ରିପାଠୀ, ସୁମନ୍ତ ଜାନି, ଶ୍ରୀଧର ମୁଦୁଲି, ମାନସ ପରିଡା, ଛବିରାଜ ସାହୁ, ବିଭୁ ରଞ୍ଜନ ମିଶ୍ର, ବିଭୁଦତ ନାୟକ,ବ୍ରଜ କିଶୋର ମହାପାତ୍ର, ଚନ୍ଦୁ, ହୁଣ୍ଡ, ବିଜୁ, ପ୍ରମୋଦ ନାୟକ, ଶିବାନନ୍ଦ ସାହୁ ପ୍ରମୁଖ ଅଭିନୟ କରିଛନ୍ତି. ନାରୀ ଅଭିନେତ୍ରୀ ଭାବରେ କୁନ୍ତୀସାହୁ, ମାଧୁରୀପ୍ରଧାନ, ସବିତା ଗୁଡ଼ିଆ, ସୁଭଦ୍ରା ପାତ୍ର ଅଭିନୟ କରିଥିଲେ.ନାଟକଟିକୁ ୟୁଥ ୟୁନାଇଟେଡ଼ କ୍ଲବର ସଭାପତି ପ୍ରକାଶ ରଞ୍ଜନ ବିଶ୍ୱାଳ ନିର୍ଦ୍ଧେଶନା ଦେଇଥିବା ବେଳେ ରାତିସାରା ହଜାର ହଜାର ଦର୍ଶକ ଉପସ୍ଥିତ ରହି ନାଟକ ଟିକୁ ମନଭରି ଉପଭୋଗ କରିବା ସହିତ ବେଶ ପସନ୍ଦ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق