BREAKING
Loading...
:

ଆମଓଡ଼ିଶା ଓ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ଵିଦ୍ୟାପୀଠ ମିଳିତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ।

 -ଆମଓଡ଼ିଶା ଓ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ଵିଦ୍ୟାପୀଠ ମିଳିତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ।

ନିମାପଡା (ମଣିଭଦ୍ରା ଖବର) ଆମଓଡ଼ିଶା ଓ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ଵିଦ୍ୟାପୀଠ ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ଵିଦ୍ୟାପୀଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅତିଥି ରୂପେ ଯୋଗଦେଇ କାକଟପୁର ମଙ୍ଗକା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିତ୍ର ,ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର, ୟୁ. ଏନ କଲେଜ ଅଡଶପୁର ର ପ୍ରାକ୍ତନ ଅଧକ୍ଷ ଅରୁଣ କୁମାର ସ୍ୱାଇଁ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ ଶିକ୍ଷା ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ମନସ୍ବିନୀ ଲେଙ୍କା ଓ  "ସମ୍ବାଦ" ର ଚାରିଛକ ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳନା ହୋଇଥିଲା ।ଏଥିରେ ମୋଟ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।କଟକ ଏସ. ସି. ବି.ରକ୍ତ ଭଣ୍ଡାର ଅଧିକାରୀ ଡ଼କ୍ଟର ଟୁନା ଭାର୍ତିଆ , ଶିବ ଶଙ୍କର ପଟ୍ଟନାୟକ, ସୁମନ୍ତ କୁମାର ବେହେରା , ଓ ବିଷ୍ଣୁ ପ୍ରସାଦ ଘୋଷ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଚାରିଛକ ଅଞ୍ଚଳରୁ ଅନେକ ବ୍ୟକ୍ତି ଶିବିରରେ ପହଞ୍ଚି  ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।ରକ୍ତଦାତା ଜୀଵନ ଦାତା - ପ୍ରଫୁଲ କୁମାର ସାହୁ , ସଂମ୍ପଦ ଓଝା ,ବିଷ୍ଣୁ ପ୍ରସାଦ ମହାରଣା  ,ନିରଞ୍ଜନ ସାହୁ , ରଶ୍ମିରଞ୍ଜନ ଦାସ ,ପ୍ରଦୀପ ଲେଙ୍କା ,ମାନସ ରଞ୍ଜନ ଦାଶ , ରାଜେଶ ପୃଷ୍ଟି ,ଗଗନ ମଲ୍ଲିକ , ଦେବନ୍ଦ୍ର ନାଥ ଦାସ , ସାଗରିକା ମଲ୍ଲିକ ସୁକାନ୍ତ କୁମାର ଦାସ ପ୍ରମୁଖ ରକ୍ତଦାନ କରିଥିଲେ । ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଚାରିଛକ ସାମ୍ବାଦିକ ସଙ୍ଘ ସଭାପତି ପ୍ରଫୁଲ କୁମାର କର ,ପୂର୍ଣ୍ଣଚନ୍ଦ୍ର ମହାପାତ୍ର ,ପ୍ରଶାନ୍ତ କୁମାର ସାହୁ ବସନ୍ତ କୁମାର ମଲ୍ଲ ,ଡ଼କ୍ଟର କେଦାରନାଥ ସାହୁ ,ନିରଞ୍ଜନ ସାହୁ ,କାହ୍ନୁଚରଣ ବେହେରା ସହିତ ଉକ୍ତ ଶିକ୍ଷା ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS