BREAKING
Loading...
:

ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ*

 *ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ*

*ବ୍ରହ୍ମପୁର (ମଣିଭଦ୍ରା ଖବର) ଆସ୍କାରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଗବାନ ନାହକଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ପଦ୍ମିନୀ ମିଶ୍ର ,ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ଅମିତ କୁମାର ଦାସ ଓ ସମ୍ମାନୀତ ଅତିଥିଭାବେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର , ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହମ୍ମଦ ଜାହିରୁଦ୍ଧିନ୍, ଅରୂପ କୁମାର ମହାପାତ୍ର , ପ୍ରତାପ ସାହୁ , ସି ଆର ସି ସି ୟୁ ଭାରତୀ , ଜୟଦେବ ପ୍ରଧାନ , ରାମାଧିନ ସଂସ୍କୃତ କଲେଜ୍ ର ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଭଗବାନ ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ଅତିଥି ମାନେ ନିଜ ବକ୍ତବ୍ୟରେ ସରକାରୀ ବିଦ୍ୟାଳଗୁଡ଼ିକରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଯୋଗୁଁ ବହୁ ଛାତ୍ରଛାତ୍ରୀ ବେସରକାରୀ ବିଦ୍ୟାଳୟ ଅପେକ୍ଷା ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପ୍ରକାଶ କରିଛନ୍ତି । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ  ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଶାନ୍ତନୁ କୁମାର ରଣା ଓ ପି ସୁର୍ଯ୍ୟ ଭେଙ୍କେଟ ମଞ୍ଚ ପରିଚାଳନା କରିଥିଲେ ଏବଂ  ଶିକ୍ଷୟତ୍ରୀ ବିଶ୍ଵ ମୋହିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।* 

    *ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ଓ ଗୋପୀନାଥ ବେହେରା ଶିକ୍ଷୟତ୍ରୀ ସବିତା କୁମାରୀ ସାହୁ, ମନୀଷା ନାୟକ, ଅର୍ଚ୍ଚନା ପଣ୍ଡା , ଦେବୀକା ରାଣୀ , ଆରତୀ ସାହୁ ଓ ମିନତୀ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS