BREAKING
Loading...
:

ମୋ ବସ୍ ରେ ଲାଗିଲା ନିଆଁ,ସେନ୍ସର ଗେଟ୍ ଖୋଲିଲାନି ଝରକା ବାଟେ ବାହାରିଗଲେ ଯାତ୍ରୀ

 *ମୋ ବସ୍ ରେ ଲାଗିଲା ନିଆଁ,ସେନ୍ସର ଗେଟ୍ ଖୋଲିଲାନି  ଝରକା ବାଟେ ବାହାରିଗଲେ ଯାତ୍ରୀ*

 କଟକ( ମାନସ କୁମାର ସାହୁ) ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ମୋ ବସ୍ ରେ ଶନିବାର ଅପରାହ୍ନରେ ଅଚାନକ ନିଆଁ ଲାଗିଥିଲା। ମୋ ବସ୍ ର ଗେଟ ଲକ୍ ପଡିଯିବାରୁ ଖୋଲି ନ ଥିଲା। ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସ ହୋଈ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ସୁରକ୍ଷିତ ବାହାରି ଆସିଥିଲେ । ଫଳରେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧିରୁ ବଡ ଅଘଟଣାରୁ ରକ୍ଷା ପାଇଥିବା ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ମୋ ବସ୍ (ନଂ ଓଡି-୩୩ ୟୁ ୬୫୨୪)ଟି ଚୌଦ୍ୱାର ଥାନା ଅଧୀନ ଆଗ୍ରାହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗନ୍ଧିଛକରୁ ୩୫ରୁ ଉର୍ଦ୍ଧ ଯାତ୍ରୀଙ୍କୁ ଉଠାଇ କଟକ ଅଭିମୁଖେ ଯାଉଥିଲା। ବିରୂପା ନଦୀ ଅତିକ୍ରମ କରି ସାରିବା ପରେ ହଠାତ ଗାଡିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। 

ଯାତ୍ରୀ ଚିତ୍କାର କରିବାରୁ ଡ଼୍ରାଇଭର ଗାଡ଼ିକୁ ପାର୍ଶ୍ଵରେ ଅଟକାଇ ଥିଲା। ସେତେବେଳକୁ ମୋ ବସରେ ପ୍ରଚଣ୍ଡ ଧୂଆଁ ବାହାରି ଥିଲା। ଯାତ୍ରୀ ମାନେ ଜୀବନ ବଞ୍ଚାଇବା ପାଇଁ ଗେଟ ବାଟେ ବାହାରିବା ପୁର୍ବରୁ ଗେଟଟି ସେନ୍ସର ଲକ୍ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରି ଯାଇଥିଲେ।  ଅପରପକ୍ଷେ ମୋ ବସ୍ ଗୁଡିକୁ ଦୀର୍ଘଦିନ ମାରମତି ହେଉନି କେବଳ ରାସ୍ତାରେ ଚାଲୁଛି ସେଥିପାଇଁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ମୋ ବସ ଡ୍ରାଇଭର କହିଛନ୍ତି।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS