ଚେସ ଖେଳରେ ରାଜ୍ୟ ସ୍ତରକୁ ମନୋନୀତ ହେଲେ ଓଏଭି ଛାତ୍ର
ଗଣିଆ ୨୫/୧୦(ମଣିଭଦ୍ରା ଖବର) ଜିଲ୍ଲା ସ୍ପୋଟର୍ସ ଆସୋସିଏସନ୍ ତରଫରୁ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଚେସ୍ ପ୍ରତିଯୋଗିତାରେ ଗଣିଆ ବ୍ଳକ ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ର ନୀତିନଜିତ୍ ସାହୁ ଯୋଗ ଦେଇଥିଲେ । ତେବେ ଏହି ପ୍ରତିଯୋଗିତାରେ ସେ ଉନ୍ନତ ଖେଳ ପ୍ରଦର୍ଶନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏହି ସଫଳତାରେ ଆଦର୍ଶ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଦ୍ୟାଳୟ ତରଫରୁ କୃତି ଛାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି । ରାଜ୍ୟ ସ୍ତରରେ ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରକାଶ କରିଛନ୍ତି । ଚେସ୍ ଖେଳ ପ୍ରତି ନୀତିନଜିତଙ୍କର ପିଲାବେଳୁ ଆଗ୍ରହ ଥିବା ବେଳେ ପିତା ମାତାଙ୍କ ପ୍ରେରଣା ତାଙ୍କ ପାଇଁ ଆର୍ଶିବାଦ ପାଲଟିଛି ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ ଘର ଗଣିଆ ବ୍ଳକ କରଡାପଡା ଗ୍ରାମରେ ବୋଲି ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ


Post a Comment