BREAKING
Loading...
:

ବିଦ୍ୟୁତ ତାର ସଂସ୍ବର୍ଶରେ ଜଣେ ମୃତ୍ୟୁ , କ୍ଷତିପୂରଣ ଦାବିରେ ମୋହନା - ପାରଳାଖେମୁଣ୍ଡି ରାସ୍ତା ଅବରୋଧ

 ବିଦ୍ୟୁତ ତାର ସଂସ୍ବର୍ଶରେ ଜଣେ ମୃତ୍ୟୁ , କ୍ଷତିପୂରଣ ଦାବିରେ ମୋହନା - ପାରଳାଖେମୁଣ୍ଡି ରାସ୍ତା ଅବରୋଧ 

ଗଜପତି (ମଣିଭଦ୍ରା ଖବର) ମୋହନା ବ୍ଳକ ଚାନ୍ଦିପୁଟ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଉଚ ମାଧ୍ୟାମିକ ବିଦ୍ୟାଳୟ ପାର୍ଶ୍ବରେ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳ ୭ଟା ସମୟରେ ଯୋଡିପଥର ଗ୍ରାମର  ପିତା ମନୁ ଦଳବେହେରା ପୁଅ କୃଷ୍ଣ ଦଳବେହେରା ୩୫ ବର୍ଷ ଙ୍କ ୧୧କେଭି ତାର ସଂସ୍ବର୍ଶ୍ବରେ ଆସି ମୃତ୍ୟୁ ବରଣ କରିଛି । ସେ ଦୈନନ୍ଦିନ ମସ୍ତ୍ରୀ କାମ ପାଇଁ ଘରୁ ବାହାରିଥିଲେ ଏବଂ ବିଦ୍ୟୁତ ବିଭାଗର ଅସାବଧାନତା ଯୋଗୁଁ ଏହି ଅଭାବନୀୟ ଘଟିଥିବା ଅଭିଯୋଗ ହେଉଛି । ଗତକାଲି ଠାରୁ ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଥିବା ନେଇ ସ୍ଥାନୀୟ ସମିତିସଭ୍ୟ ସୋମନାଥ ମଣ୍ଡଳ ବିଦ୍ୟୁତ ବିଭାଗର  ଯନ୍ତୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ଅଣଦେଖା କରିଥିଲେ। ଯେହେତୁ ଆଜି ଏହିଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହେଉଛି । ମୃତ୍ୟୁ ବ୍ୟକ୍ତିଙ୍କ ସମ୍ପର୍କୀୟ  ଏବଂ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରି କ୍ଷତିପୂରଣ ଦାବି କରି ମୋହନା ଠାରୁ ପାରଳାଖେମୁଣ୍ଡି ଏବଂ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଜାତୀୟ ରାଜପଥ କୁ ଅବରୋଧ କରି ରଖୁଛନ୍ତି । ଏହି ସୁଣି  ସ୍ଥାନୀୟ ପୁଲିସ ପହଞ୍ଚି ଆନ୍ଦୋଳନକାରି ବୁଝାସୁଜା କରିଥିଲେ ଲୋକେ ଅଡିବସିଥିଲେ କ୍ଷେତି ପୁରଣ ଦାବିରେ ।               ଦଃଖ ପରିତାପର ବିଷୟ   ସୁଦ୍ଧା କୌଣସି ବିଭାଗୀୟ କୃତ୍ତପକ୍ଷ ଏହି ଘଟଣାସ୍ଥଳକୁ ବିଦ୍ୟୁତ ବିଭାଗର ଯନ୍ତୀ ଆସିନଥିବା ଦେଖିବାକୁ ମିଳିଥିଲା ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS