"ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା, ଓଡିଶା ଶାଖା ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା ଶରଣକୁଳର ମିଳିତ ସେବା ସହଯୋଗ ପ୍ରଦାନ"
ନୟାଗଡ଼ (ମଣିଭଦ୍ରା ଖବର) ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା, ଓଡିଶା ଶାଖା ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ରଙ୍କ ଆନୁକୁଲ୍ୟରେ ଜାଗରଯାତ୍ରା ଉପଲକ୍ଷେ ଲଡୁବାବା ପୀଠ, ଶରଣକୁଳଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଜଳଛତ୍ର ତା 26.02.2025 ରିଖରେ ଆୟୋ ଜନ କରାଯାଇଥିଲା ।ମାନ୍ୟବର ସାଂସଦ,ପୁରୀ ଶ୍ରୀଯୁକ୍ତ ସମ୍ବିତ୍ କୁମାର ପାତ୍ର ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥାକୁ ସାଧୁବାଦ୍ ଜଣାଇ ନିଜେ ଜଳଛତ୍ର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ରାତ୍ରରେ ମହାଦୀପ ଉଠିବା ବେଳକୁ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ସନ୍ୟାସୀ ପ୍ରଧାନ , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ ଏବଂ କାଉନସିଲର ଗୋସ୍ୱାମୀ ଦାସ,ନିରଞ୍ଜନ ପ୍ରଧାନ, ଡକ୍ଟର ପ୍ରତାପ କୁମାର ପରିଡ଼ା ଉପସ୍ଥିତ ରହି ପ୍ରାଥମିକ ସ୍ବାସ୍ଥ୍ୟ ଚିକିତ୍ସା ଶରଣକୁଳ କର୍ମଚାରୀ ମିଳିତ ଭାବରେ ଜନ ସାଧାରଣ ମାନଙ୍କୁ ସାହାଯ୍ୟ ସହଯୋଗ ସେବା ପ୍ରଦାନ କରିଥିଲେ। ଏହିସଂସ୍ଥା ବିଶ୍ୱରେ ଏକମାତ୍ର ଯାହାକି ସେବା ପ୍ରଦାନ କରି, ସ୍ୱାସ୍ଥ୍ୟର ଉନ୍ନତି କରିବା ସଙ୍ଗେ ସଙ୍ଗେ ବନ୍ଧୁତା ସ୍ଥାପନ କରିପାରୁଛି । ଏହିସଂସ୍ଥାର ମୂଳଲକ୍ଷ୍ୟ ସ୍ବାସ୍ଥ୍ୟ, ସେବା, ବିଶ୍ଵ ବନ୍ଧୁତା। ଲଡୁବାବା ମନ୍ଦିର କମିଟିର କର୍ମକର୍ତ୍ତା ଉଚ୍ଚ ପ୍ରଶଂସା କରିଥିଲେ କୃଷ୍ଣ ଚନ୍ଦ୍ର ମହାପାତ୍ର (କାଳିଆ ଭାଇନା) ଲଡୁବାବାଙ୍କ ଉପରେ କିଛି ପ୍ରଶ୍ନ ଭକ୍ତ ମାନଙ୍କୁ ପଚାରିବା ସହ ପ୍ରବଚନ ଦେଇଥିଲେ ।। କାଉନସିଲର ଡକ୍ଟର ପ୍ରତାପ କୁମାର ପରିଡ଼ା କିଛି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପ୍ରଶଂସିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment