ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ,ସାଧାରଣ ଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି।
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ସାଧାରଣ ଲୋକ ପୋଲିସ ଥାନା କୁ ଯିବାକୁ ଭୟ କରୁଥିବା ,ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବା ରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଥିବା ବେଳେ ସାଧାରଣ କିଭଳି ସଚେତନ ହେବେ ସେ ନେଇ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଆଦିବାସୀ , ଅଧ୍ୟୁଷିତ ଦାଦନ,ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନା ରେ ନୂତନ ଥାନା ଅଧିକାରିଣୀ କଲ୍ୟାଣୀ ବେହେରା ଙ୍କ ଯୋଗ ଦେବା ସହ ତାଙ୍କ ନେତୃତ୍ୱ ରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଲୋକେ ଭୟ ନ କରି ବିଭିନ୍ନ ହିଂସା ର ଶିକାର ,ଘରୋଇ ଉତ୍ପୀଡନ,ବିଭିନ୍ନ ପ୍ରକାର ବେଆଇନ୍ କାର୍ଯ୍ୟ ନେଇ ହଇରାଣ,ହରକତ ର ଶିକାର, ଅସାମାଜିକ କାର୍ଯ୍ୟ କଳାପ ର ଦମନ କରିବା ନିମନ୍ତେ ସାଧାରଣ ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁ ସମ୍ପର୍କ କିଭଳି ରହିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ଯୋଗାଇ ଦେବା ନେଇ ବିଭିନ୍ନ ଅଞ୍ଚଳ ରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଟିଟିଲାଗଡ ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ର ଲୋକ ଙ୍କୁ ଏକଜୁଟ ସହ ବୈଠକ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ମହଲ ରେ ବେଶ୍ ପ୍ରଶଂସା କରାଯାଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق