ଶିକ୍ଷା ବିଭାଗର ପ୍ରେରଣା ତାଲିମ ଶିବିର ଅନୁଷ୍ଠିତ
ସମ୍ବଲପୁର (ମଣିଭଦ୍ରା ଖବର)
ବରପାଲି ବ୍ଲକ ଶିକ୍ଷାବିଭାଗ କାର୍ଯ୍ଯାଳୟ ପରିସରରେ ପ୍ରେରଣା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ବରପାଲି ଓ ଭେଡ଼େନ ବ୍ଲକ ଦ୍ବୟର ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ନେଇ ପାଞ୍ଚ ଦିନ ବ୍ୟାପି ପ୍ରେରଣା ପ୍ରଶିକ୍ଷଣ ତାଲିମ ପରିଚାଳନା ହୋଇଥିଲା। ଅନୁଷ୍ଠିତ ଶିବିର ବ୍ଲକ ଶିକ୍ଷା ଅଧିକାରୀ
ମୁକୁନ୍ଦ ମାହାରାଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା । ମାହାରା ବାବୁ ତାଲିମରେ ପାଇଥିବା ପ୍ରେରଣା ଦୀପକୁ ନିଜ ଶିକ୍ଷକତା ଜୀଵନରେ ଉଚିତ ବ୍ୟବହାର ସହ ପ୍ରତିଦିନ ଉଜ୍ଜିବିତ ରଖି ଆଗାମୀ ଭବିଷ୍ୟତ ପଥର ପ୍ରଦର୍ଶକ ଭାବରେ ସୁସ୍ଥ ଆଦର୍ଶ ସମାଜ ଗଠନରେ ସହାୟକ ସାଜିବ ବୋଲି ମନ୍ତବ୍ଯ ଦେଇଥିଲେ।
ଆ.ପି ଶ୍ରୀ କ୍ଷେତ୍ର ମେ6ହର, ଅଶୋକ ସାହୁ, ରାଜେନ୍ଦ୍ର ମେହେର ଓ ମିଥୁନ ସାହୁ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ନିଜ ନିଜର ଜିଜ୍ଞାସୁ ମନୋଭାବ ସହ ଦକ୍ଷତା ପ୍ରଦର୍ଶନ ସହ ଏକ ସୁନ୍ଦର ବାତାବରଣରେ ଆଲୋଚନା ଏବଂ ଭାବର ଆଦାନପ୍ରଦାନ ସହ ତାଲିମ୍ ଅତି ଉଚ୍ଚକୋଟିର ହୋଇପାରିଥିବାରୁ
ସମସ୍ତ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ପ୍ରଦାନ କରିଥିଲେ । ବି.ଆ.ସି.ସି ଦୁର୍ଯ୍ୟୋଧନ ସିଂ ଓ ସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ବାରିକ ପ୍ରମାଣ ପତ୍ର ପ୍ରଦାନ କରି ନୂଆଁ କର୍ମମୟ ଜୀବନର ଉନ୍ନୋତ୍ତର କାମନା କରିଥିଲେ । ଶେଷରେ ଶ୍ରୀ ସିଂ ୫ ଦିନ ର ପ୍ରେରଣା ତାଳିମର ସଫଳ ରୂପାୟନ ଆଗାମୀ ଦିନରେ ବିଦ୍ୟାଳୟରେ ନିଶ୍ଚିତ ପ୍ରତିଫଳିତ ହୋଇ ଆଦର୍ଶ ଶିକ୍ଷକ ରୂପେ ନିଜ ନିଜ କୁନିକୁନି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ଯତ ଗଠନରେ ସହାୟକ ହେବାର ଆଶାବ୍ୟକ୍ତ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق