BREAKING
Loading...
:

କୋରାପୁଟ ର ବିଭିନ୍ନ ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ ଉତ୍ସଵ* ଅନୁଷ୍ଠିତ l



କୋରାପୁଟ ର ବିଭିନ୍ନ ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ ଉତ୍ସଵ* ଅନୁଷ୍ଠିତ l

 କୋରାପୁଟ (ମଣିଭଦ୍ରା ଖବର) ଆଜି କୋରାପୁଟ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ପୋଷାକ ବଣ୍ଟନ କରାଯାଇଛି। ଦେବୀଘାଟ ଜେ.ଇ.ଏଲ୍.ସି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର-ଛାତ୍ରୀଙ୍କୁ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ପୋଷାକ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟା ଶ୍ରୀମତୀ ମଂଜୁଳା ବାଘ, ନାଏବ ସରପଞ୍ଚ ଶ୍ରୀ ସୁକାନ୍ତ ଶିରିକା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ରଂଜନ କୁମାର ମହାନନ୍ଦିଆ, ଅଭିଭାବକ ବୃନ୍ଦ, ସହକାରୀ ଶିକ୍ଷକ ରବିନ ଚନ୍ଦ୍ର ମହାନନ୍ଦିଆ, ସରିତା ସ୍ମିତା କ୍ଷେତ୍ରୀୟ ଉପସ୍ଥିତ ଥିଲା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁଜାରିପୂଟ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂଉପାଧ୍ୟକ୍ଷା ସବିତା ପଣ୍ଡାଙ୍କ ଉପସ୍ଥିତିରେ ପିଲାଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।ପୁଣି ପୋଲିସ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଶନ ବେନ୍ୟା ଙ୍କ ଉପସ୍ଥିତିରେ ପୋଷାକ ବଣ୍ଟନ କରାଯାଇଥିବା ଜଣାପଡିଛି।

ଏ ଭଳି କାଯ୍ୟକ୍ରମ କୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଛି l

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS