BREAKING
Loading...
:

ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହକୁ ସମ୍ବଲପୁରର ମହିଳା ବୟନଶିଳ୍ପୀ ଡିଲେଶ୍ୱରୀ ମେହେର ବିଶେଷ ଅତିଥି ଭାବେ ନିମନ୍ତ୍ରିତ

 ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହକୁ ସମ୍ବଲପୁରର ମହିଳା ବୟନଶିଳ୍ପୀ ଡିଲେଶ୍ୱରୀ ମେହେର ବିଶେଷ ଅତିଥି ଭାବେ ନିମନ୍ତ୍ରିତ

ସମ୍ବଲପୁର (ମଣିଭଦ୍ରା ଖବର) ପଲ୍ଲୀର ମହିଳା ଏବେ ଦିଲ୍ଲୀ ପହଞ୍ଚିବେ। ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ-୨୦୨୫ ପରେଡ଼ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଯୋଗଦେବେ ଓଡିଶାରୁ ୩ ମହିଳା ବୁଣାକାର। ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ବଡ଼ତୁରାଙ୍ଗ ଗ୍ରାମର ଡିଲେଶ୍ଵରୀ ମେହେର। ଶ୍ରୀମତୀ ମେହେର ହେଉଛନ୍ତି ବୟନ ବ୍ୟବସାୟୀ ପୁଟୁ୍ରୁ ମେହେରଙ୍କ ଧର୍ମପତ୍ନୀ। ଜଣେ ବୁଣାକାର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସ୍ବାବଲମ୍ବୀ ହୋଇଥିବା ଡିଲେଶ୍ଵରୀ ବିଶେଷ ଅତିଥି ଭାବେ ଏଥର ଯୋଗଦେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରେଡ଼୍ ଅଭିବାଦନ ସହ ତାଙ୍କ ଅଭିଭାଷଣ ଶୁଣିବାର ସୁଯୋଗ ପାଇବାକୁ ଯାଉଛନ୍ତି। ଏହାକୁ ନେଇ ସେ ଖୁବ ଗର୍ବିତ ଓ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି। ଚଳିତ ବର୍ଷ ରାଜ୍ୟ ବୟନ ଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାର ମୋଟ ୩ ଜଣ ମହିଳାଙ୍କୁ ଚୟନ କରି ନୂଆଦିଲ୍ଲୀର କର୍ତବ୍ୟ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଞ୍ଚଳର ଗର୍ବଗୌରବ ଡିଲେଶ୍ଵରୀ ମେହେର ଅନ୍ୟତମ। ପ୍ରକାଶଯୋଗ୍ୟ ଯେ ହସ୍ତତନ୍ତରେ ପ୍ରଶିକ୍ଷଣ ନେଇ ପଡିଆବାହାଲ ଅଞ୍ଚଳରେ ବୁଣାକାର ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ସୁଯୋଗ ପାଇଁ ଅଞ୍ଚଳର ବହୁ ଅନୁଷ୍ଠାନ, ବିଶେଷ ବ୍ୟକ୍ତି, ଗ୍ରାମବାସୀ ବିକାଶ ଫାଉଣ୍ଡେସନର ମୁଖ୍ୟ ମୃଦୁଲା ଠାକୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିକଟରେ ସେ କୃତଜ୍ଞତା ଜଣାଇଛନ୍ତି। ଶ୍ରୀମତୀ ମେହେରଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅଞ୍ଚଳ ବିଂଝୁଆ ଗାଁର ମହିଳା ହସ୍ତତନ୍ତ ବୟନଶିଳ୍ପୀ ସୀମା ରାଉତ ଓ ବାଲେଶ୍ୱର ଜିଲ୍ଲାର ସୀତା ମୁର୍ମୁ ସ୍ଥାନ ପାଇ ଓଡିଶାର ଟେକ ରଖିଛନ୍ତି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS