ରଥକାଠ କଟାକୁ ବିରୋଧ କଲେ ତାବେଡା ଗ୍ରାମବାସୀ , ଆଜିହେଲା ସମାଧାନ ।
ଦଶପଲ୍ଲା : - (ଶିବାନୀ ଦୀପାଞ୍ଜଳୀ ) ରଥକାଠ କାଟିବାକୁ ନେଇ ଗତକାଲି ବିରୋଧ କରିଛନ୍ତି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତର ତାବେଡ଼ା ଗ୍ରାମବାସୀ। ତାବ୍ରେଡ଼ା ଗ୍ରାମ ନିକଟରେ ରହିଥିବା ଏକ ଶିମିଳି ଗଛକୁ ରଥ ନିର୍ମାଣ ପାଇଁ କଟାଯିବାକୁ ଚିହ୍ନଟ ହୋଇଥିଲା | ଏଥିପାଇଁ ଆଜି ସ୍ଥାନୀୟ ବନପାଳ ରାକେଶ କୁମାର ସାହୁଙ୍କ ସମେତ କଟାଳି ଗଛ ନିକଟରେ ପହଞ୍ଚିଥିଲେ | ମାତ୍ର ଗ୍ରାମବାସୀ ପହଞ୍ଚି ଏହାକୁ ନ କାଟିବା ପାଇଁ ଅଡ଼ି ବସିଥିଲେ। ଏହି ଗ୍ରାମଟି ପାହାଡ଼
ଉପରେ ଅବସ୍ଥିତ ଥିବାବେଳେ ଆଜିସୁଦ୍ଧା ଗ୍ରାମକୁ ରାସ୍ତା ନିର୍ମାଣ ହୋଇ ପାରୁନଥିବା ଦାବିକରି ଉକ୍ତ ଜଙ୍ଗଲରୁ କୌଣସି ବି ଗଛ କାଟିବାକୁ ଦେବୁ ନାହିଁ ବୋଲି ଗ୍ରାମବାସୀ ଜିଦ୍ ଧରିଥିଲେ | ମାତ୍ର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଗ୍ରାମବାସୀ ସହଯୋଗ କରିବା ପାଇଁ ବନପାଳ ବହୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍ରେ ଅଟଳ ରହିଥିଲେ | ଶେଷରେ ବନପାଳ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି | ବନପାଳ ଶ୍ରୀ ସାହୁଙ୍କ କହିବା ଅନୁଯାୟୀ ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବ୍ଲକ୍ରୁ କିଛି ଟଙ୍କା ମଞ୍ଜୁର ହୋଇଛି| ଏହିକଥା ମଧ୍ୟ ସେମାନଙ୍କୁ କହିଥିଲେ । ହେଲେ ଗ୍ରାମବାସୀମାନେବୁଝିବା ପାଇଁ ଅରାଜି ହୋଇଥିଲେ | ସେହି ଗ୍ରାମରେ କୌଣସି ଭିଏସ୍ଏବଂ କିମ୍ବା ଗୋଷ୍ଠୀଗତ ଜଙ୍ଗଲ ଅଧିକାର କମିଟି ଗଠନ ହୋଇନାହିଁ। ଗୋଷ୍ଠୀଗତ ଜଙ୍ଗଳ ଅଧିକାର କମିଟି ପାଇଁ ଏବେ ଆବେଦଳ ବିଚାରାଧୀନ ରହିଛି। ମାତ୍ର ଲୋକଙ୍କ ବିରୋଧ ଯୋଗୁ ଚିହ୍ନଟ ହୋଇଥିବା ଶିମିଳି ଗଛକୁ କଟାଯାଇ ନ ଥିଲା କିନ୍ତୁ ଆଜି କିଛି ସ୍ଥାନୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ କଥା ସମାଧାନ ହୋଇଥିବା ସୂଚନା ମିଳିଛି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق