BREAKING
Loading...
:

ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

 


ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ 

ନୟାଗଡ଼ (ମଣିଭଦ୍ରା ଖବର) ଇଟାମାଟି ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ କ୍ରିଷ୍ଣା କୁମାର ଅଗ୍ରୱାଲ। ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । 

ଏହି ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଢୌକନ ପ୍ରଦାନ କରାଯିବା ସହିତ ରାମଚନ୍ଦ୍ର ସାହୁ (ଚକ୍ଷୁ ବିଶେଷଜ୍ଞ)ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଅଭିଜ୍ଞ ଡ଼ାକ୍ତରଙ୍କ ଦ୍ଵାରା ରକ୍ତଚାପ, ଅମ୍ଳଜାନ ସ୍ତର, ଏବଂ ଅନ୍ୟାନ୍ୟ ସାଧାରଣ ପରୀକ୍ଷା କରାଯାଇ ଆବଶ୍ୟକିୟ ଔଷଧ ଦିଆଯିବା ସହିତ ପ୍ରଦୀପ୍ତ କୁମାର ସାହୁ ଅଭିଜ୍ଞ ଯୋଗ ଶିକ୍ଷକଙ୍କ ଦ୍ୱାରା ବୃଦ୍ଧ ବୟସରେ ଶରୀର ଯତ୍ନ କିପରି ନେବେ ଏବଂ କିପରି ସୁସ୍ଥ ରହିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇ କିଛି ସାଧାରଣ ଯୋଗ ଏବଂ ବ୍ୟାୟାମ ଶିକ୍ଷା ଦେବାପରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଏକ ମାଲିସ ତୈଳ ମଧ୍ୟ ବଣ୍ଟନ କରାଯାଇଥିଲା। ସମସ୍ତ ହୋମିଓପ୍ୟାଥିକ ଔଷଧ ଅନୁଷ୍ଠାନର ସଦସ୍ୟ ଶ୍ରୀ ବିଜୟ କୁମାର ଦାସ ଯୋଗାଇ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠା ସଦସ୍ୟ ଶ୍ରୀ ରାମଚନ୍ଦ୍ର ସାହୁ, ନିକୁଲ୍ ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ଗୀତିକାର ରଞ୍ଜନ କୁମାର ନାୟକ, ଶରତ ଚନ୍ଦ୍ର ବାରିକ, ବସନ୍ତ କୁମାର ପୃଷ୍ଟି, ସୁକାନ୍ତ କୁମାର ମହାନ୍ତି ସନ୍ତୋଷ କୁମାର ଜେନା, ଗଣେଶ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS