ଗଣିଆ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଗିରିଶ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ତହସିଲଦାର ପ୍ରିତିବାଳା ରଣା,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର, ସମ୍ପାଦକ ବସନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଶରତ କୁମାର ଜେନା, ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।
ମହାପ୍ରଭୁଙ୍କ ନିକଟରେ ଧୁପପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘ ଦିନ ହେବ ଗଣିଆରେ ସରସ୍ଵତୀ ଶିଶୁ ମନ୍ଦିର ପ୍ରତିଷ୍ଠା ହୋଇ ଅନେକ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରିପାରିଥିବା ବେଳେ ଏଠାରେ ଶିକ୍ଷା ଲାଭ କରି ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟରେ ପିଲାମାନେ ପାଠ ପଢି ପାରିଛନ୍ତି ବୋଲି ସଭାପତି ପ୍ରକାଶ କରିଥିଲେ । ଏପରିକି ପ୍ରତିବର୍ଷ ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହେଉଛନ୍ତି । ସମ୍ପାଦକ ସମ୍ପାଦକୀୟ ବିବରଣୀ ପଠନ କରିବା ସହିତ ଅନୁଷ୍ଠାନରେ ଥିବା ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ବିଦ୍ୟାଳୟ ଚତୁଃପାର୍ଶ୍ଵରେ ପାଚେରୀ,ଥଣ୍ଡା ପାନୀୟ ଜଳ,ଶ୍ରେଣୀ ଗୃହ,ରାସ୍ତା,ବିଦ୍ୟୁତକରଣ ଆଦି ସମସ୍ୟା ଲାଗି ରହିଥିବାରୁ ଅତିଥି ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ ତରଫରୁ ନିବେଦନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ପାଠପଢାକୁ ଗୁରୁତ୍ବ ଦେଇ ସସ୍କାରୀ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଆଜିକାଲି ଯୁଗରେ ଅନେକ ଛାତ୍ର ଛାତ୍ରୀ ମୋବାଇଲ ମାୟାରେ ପଡ଼ି ନଷ୍ଟ ହେଉଥିବାରୁ ଏଥିପ୍ରତି ଅଭିଭାବକ ମାନେ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ ତଥା ପରିଚାଳନା କମିଟିର ସଦସ୍ୟ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment