ପୁରୁଣାପାଣି ସେବାଶ୍ରମ ବିଦ୍ୟାଳୟରେ କ୍ରୀଡା ଉତ୍ସବ
ବାଙ୍କୀ (ମାନସ ରଞ୍ଜନ ସାହୁ ):ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବାଙ୍କୀ ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ପୁରୁଣାପାଣି ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ବିଜୟ କୁମାର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କଟକ ଜିଲ୍ଲା ଓଷ୍ଟା ସମ୍ପାଦକ ଭାବଗ୍ରାହୀ ମହାପାତ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପୁର ସରପଞ୍ଚ ପ୍ରତିନିଧି ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା କଳାପଥର -ଧଳାପଥର ଉଚ୍ଚ ବିଦ୍ୟାଳୟର ର ପୂର୍ବତନ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାମନ୍ତରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହୋଇ ଗଢ଼ିତଳି ଦେଶ ର ନାମ ରଖବାକୁ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ବାଙ୍କୀ ସବଡ଼ିଭିଜନ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀଣୀ ସସ୍ମିତା ନାୟକ, ଜଗନ୍ନାଥପୁର ସାଧନ ସଂଯୋଜକ ଡ଼ଃ ଚିତ୍ତ ରଞ୍ଜନ ସାହୁ, ଶିକ୍ଷା କମିଟି ସଭାପତି ଉମାକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ l ସହକାରୀ ଶିକ୍ଷକ ଆର୍ତ୍ତବନ୍ଧୁ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ପ୍ରଧାନ ଶିକ୍ଷକ ବିଜୟ କୁମାର ମଲ୍କିକ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇ ବିଦ୍ୟାର୍ଥୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ମଣିଭଦ୍ରା ଖବର, ବାଙ୍କି
Post a Comment