BREAKING
Loading...
:

ବିଭିନ୍ନ ସମସ୍ୟା ନେଇ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

 ବିଭିନ୍ନ ସମସ୍ୟା ନେଇ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ  



ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଜିବିକା ମିଶନ ଓ ମିଶନ ଶକ୍ତି ସଦସ୍ୟମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଦାବି ପତ୍ର ରାଜ୍ୟ ଉପମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖଣ୍ଡପଡ଼ା ବ୍ଲକ ବିଡ଼ିଓ ଅଙ୍କୁର ଅଭିଳାଷ ଙ୍କୁ ଶୁକ୍ରବାର ଦିନ ପ୍ରଦାନ କରିଛନ୍ତିି। ରାଜ୍ୟ ସରକାରଙ୍କର ଜିବିକା ମିଶନ ଓ ମିଶନ ଶକ୍ତି ର ସଦସ୍ୟ ମାନଙ୍କୁ ସରକାର ଯୋଜନା ମାନ ରେ ବିଭିନ୍ନ କାର୍ଯ୍ୟ ରେ ନିୟୋଜିତ କରିଥିଲେ ହେଁ ଉଚିତ ପାରିଶ୍ରମିକ ମୂଲ୍ୟ ଦେଇନଥିଲେ ଏନେଇ ସଦସ୍ୟ ମାନେ ଲିଖିତ ଅଭିଯୋଗ କରିଛନ୍ତି ଓ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାର ପ୍ରତିଶ୍ରୁତି ମୁତାବକ ମାସିକ ଭତା ପ୍ରଦାନ କରିବା ଓ ସମସ୍ତ ସଦସ୍ୟ ଙ୍କ ରିଷ୍ଟ୍ରକଚରଙ୍ଗି 

 ବନ୍ଦ କରିବା ସହ ଚାକିରି ରେ ନିୟୋଜିତ କରିବାପାଇଁ ଖଣ୍ଡପଡ଼ା ବ୍ଲକ ମଧ୍ୟରେ ସମସ୍ତ ମିଶନ ଶକ୍ତି ର ସଦସ୍ୟମାନେ ଯୋଗଦାନ ଦେଇ ଦାବି କରିଛନ୍ତି ଏହାପରେ ଜିଲ୍ଲାପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖିଛନ୍ତି ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS