BREAKING
Loading...
:

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର (ମଣିଭଦ୍ରା ଖବର) ନେହରୁ ଯୁବ କେନ୍ଦ୍ର ଓ ମହାତ୍ମା ଗାନ୍ଧୀ ୟୁଥ କ୍ଲବ ବ୍ରହ୍ମପୁର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କେ.ସି ହାଇସ୍କୁଲ ଠାରେ ଅନୁଷ୍ଠିତ ହେଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଟ୍ରାଫିକ ଡି.ଏସ.ପି ସନାତନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ହାଇସ୍କୁଲ ଶିକ୍ଷକ ଅମରେନ୍ଦ୍ର ରଥ ଓ ଶିକ୍ଷୟିତ୍ରୀ ଜଲୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ | ସ୍ଵେଚ୍ଛାସେବୀ ବିନୋଦ ସାବତଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଶେଷରେ ଏକ ସଚେତନତା ରାଲି ଗୋଶାଣୀନୂଆଗାଁ ଠାରୁ ବିଜିପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ୟୁଥ କ୍ଲବ ର ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି ଜନସାଧାରଣ ଙ୍କୁ ସଚେତନ କରିଥିଲେ |

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS