BREAKING
Loading...
:

ଅସ୍କୋପଡ ସ୍କୁଲର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

 ଅସ୍କୋପଡ ସ୍କୁଲର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ନିମାପଡ଼ା :-  ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ଅସ୍କୋପଡ ଇଂରାଜୀ ସ୍କୁଲର  ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଭାବରେ କୈଳାଶ ଚନ୍ଦ୍ର ପାଣି ,ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ , କବିରାଜ କୁଳମଣି ସାହୁ ମେମୋରୀୟଲ ଟ୍ରଷ୍ଟ ଅଧ୍ୟକ୍ଷ ଡ଼କ୍ଟର କେଦାରନାଥ ସାହୁ , ସମାଜସେବୀ ସନାତନ ପାତ୍ର ,ସ୍ଥାନୀୟ ସରପଞ୍ଚ ଚାରୂଲତା ବେହେରା ,ସ୍ଥାନୀୟ ଥାନା ଅଧିକାରୀଣି ମମତା ବିଶ୍ୱାଳ ଯୋଗଦେଇଥିଲେ । ସାରା ବିଶ୍ୱରେ ବିଭିନ୍ନ ଦେଶରେ ଇଂରାଜୀ ଭାଷା ଉପରେ ଗୁରୁତ୍ୱ ଥୁବାରୁ ଇଂରାଜୀ ଶିକ୍ଷା ଉପରେ ଶିକ୍ଷା ଦେବା ପାଇଁ ଏହି ଚାରିଛକ ଅଞ୍ଚଳରେ ଉକ୍ତ ଶିକ୍ଷା ଅନୁଷ୍ଠାନ ପ୍ରାଧ୍ୱନ୍ୟ ଦେଉଛି ବୋଲି ଅତିଥି କହିଥିଲେ  ।ଏହି ବାର୍ଷିକ ଉତ୍ସଵ ରେ ଅନୁଷ୍ଠାନ ର  ଅଧ୍ୟକ୍ଷ ଡ଼କ୍ଟର ଦେବୀ ପ୍ରସାଦ ମହାନ୍ତି , ଚ୍ୟାରମ୍ୟାନ ରୀନାବାଳା ମଲ୍ଲିକ , ସମ୍ପାଦକ ଟୁଟୁ ମଲ୍ଲିକ ,ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ମଲ୍ଲିକ ,ଲିପିକା ବେହେରା ସହିତ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ,କର୍ମଚାରୀ ଛାତ୍ର ଛାତ୍ରୀ ଆବାହକ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲା।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS