ଭାରତ ଅଟା ନେବା ପାଇଁ ଗଣିଆ ହାଟ ପଡ଼ିଆରେ ଲମ୍ବା ଲାଇନ
ଗଣିଆ (ମଣିଭଦ୍ରା ଖବର) ଗଣିଆ ହାଟ ପଡ଼ିଆ ପରିସରରେ ଭାରତ ଅଟା ନେବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଆଜି ୪ ଘଟିକା ସମୟରେ ଭାରତ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଭାରତ କମ୍ପାନୀର ଅଟା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା । ଏ ଖବର ଜାଣିବା ପରେ ଶତାଧିକ ଲୋକ ଧାଡ଼ିରେ ଛିଡ଼ା ହୋଇଥିଲେ । ୧୦ କେଜି ଅଟାର ମୂଲ୍ୟ ରିହାତି ମୁଲ୍ୟରେ ୩୦୦ ଟଙ୍କାରେ ମିଳୁଥିବାରୁ ଲୋକମାନେ ଆଗ୍ରହ ପ୍ରକାଶ କରିଛନ୍ତି ।
ନିଜ ନିଜର ମୋବାଇଲ ନମ୍ବର ସହିତ ୩ ଶହ ଟଙ୍କା ଦେଇ ଗୋଟିଏ ଗୋଟିଏ ପ୍ୟାକେଟ ଅଟା ମିଳୁଥିଲା । ଅଟା ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ବେଳେ ବଜାରରେ ଦର ୪୫ ଟଙ୍କା ଥିବାରୁ ଲୋକେ କମ୍ ମୂଲ୍ୟରେ ମିଳୁଥିବାରୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment