ଚାରିଛକ ଠାରେ ଓଡିଶା ଡ୍ରାଇଭର ସଂଘର ନୂତନ କାର୍ଯ୍ୟଳୟ ଉଦଘାଟନ ।
ଭୁବନେଶ୍ଵର (ମଣିଭଦ୍ରା ଖବର) ଚାରିଛକ ସ୍ଥିତ ଏକାନ୍ତ ଆଶ୍ରମ ନିକଟରେ ରାଜ୍ୟ ଡ୍ରାଇଭର ସଂଘର ନୂତନ କାର୍ୟ୍ଯଳୟ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ଡ୍ରାଇଭର ସଂଘର ପୁରୀ ଜିଲ୍ଲା ଉପସଭାପତି ଗୋପାଳ ଚନ୍ଦ୍ର ବାରିକ , ସମ୍ନାନିତ ଅତିଥି ଭାବେ ଜିଲ୍ଲା ସହ ସମ୍ପାଦକ ସୁଧାଂଶୁ ମଲ୍ଲିକ , ସହ ସମ୍ପାଦକ ପ୍ରତାପ ସ୍ୱାଇଁ ,ସହ ସମ୍ପାଦକ ଗଣେଷ ମହାନ୍ତି ,ଚାରିଛକ ଥାନା ଅଧିକାରୀଣି ମମତା ବିଶ୍ୱାଳ ,ନିମାପଡା ବ୍ଳକ ସଭାପତି ସୁକଦେଵ ବେହେରା ,ଉପସଭାପତି ବାପି କୁମାର ,ସମ୍ପାଦକ ଅଜୟ ବେହେରା , ଅସ୍ତରଙ୍ଗ ବ୍ଲକ ସଭାପତି କୃପାସିନ୍ଧୁ ବସ୍ତିୟା ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବ ପ୍ରଥମେ ବିଶିମାତ୍ରି ୩ ଛକ ଠାରୁ ମୁଖ୍ୟ ଅତିଥି ଙ୍କୁ ସ୍ୱତନ୍ତ୍ର ପ୍ରୋସେସନରେ ଆଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନୂତନ କାର୍ଯ୍ୟଳୟକୁ ଫିତା କାଟି ଉଦଘାଟନ କରିଥିଲେ । ପରେ ଏକାନ୍ତ ଆଶ୍ରମ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଓଡିଶା ଡ୍ରାଇଭର ସଂଘର ନିୟମ କୁ ମାନି ଗାଡି ଚଲାଇବା ପାଇଁ ଏହି ସଭାରେ ଯୋଗଦେଇଥିବା ନୂତନ ଓ ପୁରାତନ ସଭ୍ୟ ମାନେ ଶପଥ ଗ୍ରହଣ କରିଥିଲେ ।ଚାରିଛକ ଅଞ୍ଚଳରେ କିଭଳି ଭାବେ ଦୁର୍ଘଟଣା ନ ହେବ ତାହା ଉପରେ ଗୁରୁତ୍ୱ ଦେବାପାଇଁ ଥାନା ଅଧିକାରୀଣି ମମତା ବିଶ୍ୱାଳ ଉପସ୍ଥିତ ଥିବା ଡ୍ରାଇଭର ଙ୍କୁ ବୁଝାଇ କହିଥିଲେ ।ଏହି ନୁତନ କାର୍ଯ୍ୟଳୟ ଉଦଘାଟନ ଓ ବନ୍ଧୁ ମିଲନ କାର୍ଯ୍ୟକ୍ରମ ସଭାରେ ଚାରିଛକ ଅଞ୍ଚଳରେ ଥିବା ସମସ୍ତ ପଞ୍ଚାୟତର ନୂତନ ଓ ପୁରାତନ ଡ୍ରାଇଭର ସଭ୍ୟ ଉପସ୍ଥିତ ଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment