BREAKING
Loading...
:

ଇନ୍ଦୁପୁର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଶାଖା ଉଦ୍ ଘାଟନ

 ଇନ୍ଦୁପୁର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଶାଖା ଉଦ୍ ଘାଟନ  

କେନ୍ଦ୍ରାପଡ଼ା (ମଣିଭଦ୍ରା ଖବର) ଇନ୍ଦୁପୁର ଠାରେ ଏହି ଅଞ୍ଚଳ ବାସୀଙ୍କର ବହୁତ ଦିନର ଆଶା ପ୍ରତୀକ୍ଷାର ଅନ୍ତ ଘଟାଇ ଇନ୍ଦୁପୁର ଗ୍ରାମ ପଞ୍ଚାୟତ ବାସୀଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ଗତ କିଛି ଦିନ ତଳେ ଷ୍ଟେଟ ବ୍ୟାଙ୍କର ଯେଉଁ ଶାଖା ଖୋଲାଯାଇଥିଲା । ଶୁକ୍ରବାର ଦିନ ସେହି ଶାଖାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରାଯାଇଅଛି । ଭୁବନେଶ୍ୱର ସର୍କଲର ମୁଖ୍ୟ ସାଧାରଣ ପରିଚାଳକ ଦିନେଶ ପୃଥ୍ୱୀ ଶାଖାକୁ ଉଦ୍ ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜୋନାଲ ଅଫିସର ଡେପୁଟି ଜେନେରାଲ ମ୍ୟାନେଜର ଶୈଳେଶ କୁମାର ସିହ୍ନା, ପାରାଦ୍ଵୀପ ଶାଖାର ଆଞ୍ଚଳିକ ପରିଚାଳକ ଦେବାଶିଷ ରଥ ଓ ଇନ୍ଦୁପୁର ଶାଖା ପରିଚାଳକ ସଞ୍ଜୟ କୁମାର ନାଏକ, ଏଲ୍ ଡିଏମ୍ ମନୋଜ ପ୍ରଧାନ, ଏସ୍ ଟି / ଏସ ସି ସେବା ଭୁବନେଶ୍ଵରର ସଂପାଦକ ଜିତେନ୍ଦ୍ର ନାୟକ, ସଭାପତି ସୌରଭ ରଞ୍ଜନ ଦାସ, ଅଫିସର ଆସୋସିଏସନର ସଭାପତି ଅମିତାଭ ଦାସ ସମେତ ବହୁ ବ୍ୟାଙ୍କ ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଏହି ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ । ଉଦ୍ ଘାଟନ ଉତ୍ସବ ଅବସରରେ କେତେକ ବିଦ୍ୟାଳୟ ଓ ପଞ୍ଚାୟତ ବାସୀଙ୍କ ଅନୁରୋଧକୁ ରକ୍ଷା କରି ବିଶୁଦ୍ଧ ପାନୀୟ ଜଳ ଯନ୍ତ୍ର, କମ୍ପ୍ୟୁଟର, ସୋଲାର ଲାଇଟ୍ ପ୍ରଦାନ କରାଯାଇଥିଲା ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS