BREAKING
Loading...
:

ଦୁଇ ଆଇପିଏସ୍‌ଙ୍କୁ ମିଳିଲାନି ରାଜ୍ୟପାଳ ପଦକ: ବିଜ୍ଞପ୍ତିରେ ନାଁ ଥିଲା, ପଦକ ତାଲିକାରୁ କଟିଗଲା

 *ଦୁଇ ଆଇପିଏସ୍‌ଙ୍କୁ ମିଳିଲାନି ରାଜ୍ୟପାଳ ପଦକ: ବିଜ୍ଞପ୍ତିରେ ନାଁ ଥିଲା, ପଦକ ତାଲିକାରୁ କଟିଗଲା*

ଭୁବନେଶ୍ବର (ମାନସ କୁମାର ସାହୁ) ୨୦୨୫ ଜାନୁଆରି ୨୧। ରାଜ୍ୟପାଳ ପଦକ(୨୦୨୪ ମସିହାର) ପାଇଁ ଯୋଗ୍ୟ ବିବେଚିତ ପୁଲିସ ଅଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୨୦ଙ୍କ ନାମ ଥିଲା।ଏହା ମଧ୍ୟରେ ଥିଲେ ଅଗ୍ନିଶମ ସେବା ଓ ହୋମ୍‌ଗାର୍ଡ ଆଇଜି ଦୀପକ କୁମାର ଓ ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ। ସାଧାରଣତନ୍ତ୍ର ଦିବସରେ ଏମାନଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଜାନୁଆରି ୨୬, ୨୦୨୫। ଲୋକସେବା ଭବନ କନ୍‌ଭେନ‌ସନ ସେଣ୍ଟରରେ ଆୟୋଜିତ ହେଲା ରାଜ୍ୟପାଳ ପଦକ ପ୍ରଦାନ କାର୍ଯ୍ୟକ୍ରମ। ତାଲିକାରେ ଥିବା ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କଲେ। କିନ୍ତୁ ଦୁଇ ଆଇପିଏସ୍‌ ଅଧିକାରୀ ଦୀପକ କୁମାର ଓ ପରମାର ସ୍ମିତ୍‌ ପୁରୁଷୋତ୍ତମଙ୍କ ନାମ ତାଲିକାରେ ନଥି‌ଲା।ସେଠାରେ ସେମାନଙ୍କ ଡକାଯାଇ ନଥିଲା କି ସେମାନେ ଉତ୍ସବ ସ୍ଥଳକୁ ବି ଯାଇ ନଥିଲେ।ଏହି ଘଟଣାଟି ପ୍ରାଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେଉଁ ପରିସ୍ଥିତିରେ ସେମାନଙ୍କୁ ସରକାର ଯୋଗ୍ୟ ଭାବିଲେ ଓ ପୁଣି ପାଞ୍ଚ ଦିନ ପରେ ତାଲିକାରୁ ନାଁ କାଟିଦେଲେ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ନିଷ୍ପତ୍ତିରେ ଖୋଦ୍ ସରକାର ହିଁ ଅଡ଼ୁଆରେ ପଡ଼ିଯାଇଛନ୍ତି।ସରକାର ନିନ୍ଦିତ ହେବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ଚର୍ଚ୍ଚା ।



Post a Comment

أحدث أقدم
Header ADS