BREAKING
Loading...
:

ଆଇଜି ଅଫିସ ଆଗରେ ଧାରଣାରେ ବସିଲେ ବିଜେଡି ନେତ୍ରୀ



 *ଆଇଜି ଅଫିସ ଆଗରେ ଧାରଣାରେ ବସିଲେ ବିଜେଡି ନେତ୍ରୀ*

*-ଦୀର୍ଘ ସମୟ ଅପେକ୍ଷା ପରେ ବି ଆସିଲେନି ଆଇଜି*

*-ଫୋନ୍ ମଧ୍ୟ ରିସିଭ୍ କରୁନଥିବା ଅଭିଯୋଗ କଲା ବିଜେଡି*

*-ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଯାଇଥିଲା ବିଜେଡି ଟିମ୍!.*

*ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ ବୁର୍ଲାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍!.*

*ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ ବୁର୍ଲାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପୁରା ଘଟଣାର ଅନୁଧ୍ୟାନ କରିଛି ଏହି ଟିମ୍। ଭୀମସାରକୁ ଯାଇ ପୀଡ଼ିତାଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଛି। କିଭଳି ଓ କେଉଁ ପରିସ୍ଥିତିର ଏଭଳି ଜଘନ୍ୟ ଘଟଣା ଘଟିଲା , ପୀଡ଼ିତା କିପରି ଜଙ୍ଗଲରେ ପହଞ୍ଚିଲେ , ସେ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିଛି ବିଜେଡି ଟିମ୍। ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା!.*

*ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ନଥିବାର ଅଭିଯୋଗ ହୋଇଛି। ସେ ସଂପର୍କରେ ବି ପଚାରି ବୁଝିଛି ବିଜେଡି ଟିମ୍। ପରିବାରର ଲିଖିତ ଅଭିଯୋଗ ପରେ ମଧ୍ୟ କାହିଁକି ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଯାଏ ଅଭିଯୁକ୍ତଙ୍କୁ କାହିଁକି ପୋଲିସ ଧରିପାରିନି ବୋଲି ପ୍ରଶ୍ନ କରିଛି ବିଜେଡି। ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଉତ୍ତରାଞ୍ଚଳ ଆଇଜିଙ୍କ ଅଫିସକୁ ଯାଇ ଆଇଜି ହିଂମାଶୁଲାଲଙ୍କୁ ଭେଟିଛି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି!

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS