BREAKING
Loading...
:

ଅଗ୍ନି ବିପନ୍ନଙ୍କୁ ସହାୟତା ଦେଲେ ଯୁବ ବିଜେଡି ଜିଲ୍ଲା ଉପସଭାପତି

 ଅଗ୍ନି ବିପନ୍ନଙ୍କୁ ସହାୟତା ଦେଲେ ଯୁବ ବିଜେଡି ଜିଲ୍ଲା ଉପସଭାପତି 

ରଣପୁର ( ରୀନା ସାହୁ), ତା ୨୨/୧/୨୦୨୫, ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମରେ ଗତ ୨୦ ତାରିଖ ମଧ୍ୟ ରାତ୍ରରେ କୌଣସି କାରଣରୁ ନିଆଁ ଲାଗି ପାଞ୍ଚଟି ପରିବାରର ପ୍ରାୟ ଦଶ ବଖରା ଘର ଜଳି ଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇ ଯାଇଛି । ସ୍ଥାନୀୟ ଯୁବ ସାମ୍ୱାଦିକ ତଥା ସମାଜ ସେବୀ ବିନୋଦ କୁମାର ସାହୁଙ୍କ ଠାରୁ ଖବର ପାଇ ୨୨ ତାରିଖ ପୂର୍ବାହ୍ନ ପ୍ରାୟ ବାରଟା ବେଳେ ନୟାଗଡ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ତଥା ସମାଜ ସେବୀ ପ୍ରଫୁଲ୍ଲ କୁମାର ନାୟକ କୁଳାସର ଗ୍ରାମରେ ପହଞ୍ଚି ଗ୍ରାମର ପୁର୍ବତନ ସରପଞ୍ଚ ଶ୍ରୀନାଥ ଚରଣ ଦାସ, ଅନ୍ୟାନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ଵ ମାନେ ଦେବ ବାହିନୀପତି, ଗୌରାଙ୍ଗ ଖୁଣ୍ଟିଆ, ଅଭିନ ସାହୁଙ୍କ ଉପସ୍ଥିତି ତଥା ଅଯୋଧ୍ୟା ନାଥ ପ୍ରହରାଜଙ୍କ ସହଯୋଗର ସମସ୍ତ ଅଗ୍ନି ବିପନ୍ନ  ପାଞ୍ଚଟି ପରିବାର ସଦସ୍ୟ ମାନଙ୍କୁ ଲୁଗା, କମ୍ବଳ, ଲୁଙ୍ଗି ଗାମୁଛା ସହ ନଗଦ ଅର୍ଥ ପ୍ରଦାନ କରିଥିଲେ । ସାମ୍ୱାଦିକ ବିନୋଦ କୁମାର ସାହୁ ଓ ପ୍ରଫୁଲ୍ଲ ନାୟକଙ୍କ ଏଭଳି ସହାୟତା ପାଇଁ ଗ୍ରାମ ବାସି ମାନେ ସେ ସମାଜ ସେବୀ ଦ୍ୱୟଙ୍କୁ ଆଶୀର୍ବାଦ କରିବା ସହ ଉତ୍ତୋରୁତ୍ତର ଉନ୍ନତୀ କାମନା କରିଛନ୍ତି ।

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS