BREAKING
Loading...
:

ସାନଖେମୁଣ୍ଡି ବ୍ଲକ୍ ପରିସରରେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ଘଟଣାରେ ଦାବିପତ୍ର ପ୍ରଦାନ

ସାନଖେମୁଣ୍ଡି ବ୍ଲକ୍ ପରିସରରେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ଘଟଣାରେ ଦାବିପତ୍ର ପ୍ରଦାନ 

 ସାନଖେମୁଣ୍ଡି ବ୍ଲକ୍ ପରିସରରେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ପୋଷ୍ଟର ଲଗାଇ ଅପମାନିତ କରାଯିବା ଘଟଣାରେ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ ସହ ଦାବି ପତ୍ର ପ୍ରଦାନ କଲେ ଜର୍ଣ୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ଓଡିଶା ଶାଖାର ସଦସ୍ୟ। ମନ୍ତ୍ରୀ ନିଜେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ଆଲୋଚନା କଲେ ଏବଂ ବିଡିଓ ଓ ତହସିଲଦାରଙ୍କୁ ଯଥାଶୀଘ୍ର ଥାନାରେ ଏଫଆଇଆର ଦେବାକୁ ନିର୍ଦେଶ ଦେଲେ। ଏହା ସହ ଘଟଣାର ସଠିକ୍ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS