ଶ୍ରୀ ଦଧିବାମନ ମନ୍ଦିରର ରତ୍ନ ମୂଦ ଉତ୍ସବ ଅନୁଷ୍ଠିତ।
ଖଣ୍ଡପଡ଼ା( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଯୋଗିଆପଲ୍ଲୀ ପଞ୍ଚାୟତ ଅଧୀନ ଲକ୍ଷ୍ମୀ ପ୍ରସାଦ ଗ୍ରାମ ରେ ଶ୍ରୀ ଦଧିବାମନ ମନ୍ଦିରର ରତ୍ନ ମୂଦ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ ବାସିନ୍ଦାଙ୍କ ସହଯୋଗ ରେ ଆୟୋଜିତ ଉତ୍ସବ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ବ୍ରାହ୍ମଣ ସମାଜ ଦ୍ବାରା ଏଅବସର ରେ ହୋମ ଯଜ୍ଞର,ନାମଜଜ୍ଞ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଗ୍ରାମ ପରିକ୍ରମା କରି ବା ସମୟରେ ଗ୍ରାମ ବାସିନ୍ଦା ଙ୍କ ଘରଦ୍ଵାର ରେ ଦୀପ ପ୍ରଜ୍ବଳନ କରି ହରିବୋଲ ହୁଳହୁଳି ଦେଇ ପୁଜା କରି ଥିଲେ। ଦିବା ସମୟରେ ମନ୍ଦିର ରତ୍ନ ମୂଦ କରାଯାଇ ଥିଲା। ଗ୍ରାମ ବାସିନ୍ଦା ଙ୍କ ମଧ୍ୟରେ ଆନନ୍ଦ ଭକ୍ତି ପ୍ରକାଶ ପାଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment