୩୦୦ ୟୁନିଟ୍ ମାଗଣା ବିଜୁଳି ବଦଳରେ ଖାଉଟିଙ୍କୁ ମିଳୁଛି ସ୍ମାର୍ଟ ମିଟର କଷଣ |
କଟକ (ମାନସ କୁମାର ସାହୁ) ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ୩୦୦ ୟୁନିଟ୍ ବିଜୁଳି ଜନତାଙ୍କୁ ମାଗଣାରେ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏବେ ମାଗଣା ବିଜୁଳି ଦୂରର କଥା ବର୍ତ୍ତମାନ ସରକାର ସ୍ମାଟ୍ର୍ ମିଟର ଲଗାଇ ଅଭିନବ ଢଙ୍ଗରେ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଛି ଆମ୍ ଆଦ୍ମୀ ପାର୍ଟି।
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଦଳ ପକ୍ଷରୁ କୁହାଯାଇଛି ଯେ ଜେନସ୍, ଏଲ୍ ଆଣ୍ଡ ଟି, ସିକିଓଡ୍ର୍ ଓ ପାୱାରଟେକ୍ ପରି କମ୍ପାନୀ ଦ୍ୱାରା ନିର୍ମିତ ମିଟରର ପ୍ରକୃତ ମୂଲ୍ୟ ୧୨୦୦ ଟଙ୍କା। ମାତ୍ର ଖାଉଟିଙ୍କଠାରୁ ଜବରଦସ୍ତ ଏଥିପାଇଁ ୨୪୦୦ ଟଙ୍କା ଆଦାୟ କରାଯାଉଛି। ଏପରିକି ନୂଆ ନିୟମ ଅନୁଯାୟୀ ଖାଉଟିଙ୍କୁ ୫୭୬୦ ଟଙ୍କା ଦେଇ ସ୍ମାଟ୍ର୍ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି। ଏପରିକି ସରକାର ଓ ବିଜୁଳି ବିତରଣକାରୀ ଟାଟା ସଂସ୍ଥା ଗୁପ୍ତ ବୁଝାମଣା କରି ଭଲ ଓ କାର୍ଯ୍ୟକ୍ଷମ ମିଟରକୁ ତ୍ରୁଟିପୂର୍ଣ୍ଣ ଘୋଷଣା କରି ହାରାହାରି ବିଲ୍ ନେଉଛ୍ନ୍ତି। ଏକସମୟରେ ରାଜ୍ୟରେ ବ୍ୟାପକ ସଂଖ୍ୟାରେ ତ୍ରୁଟିଯୁକ୍ତ ମିଟର ବାହାରିବା ପରେ ଏହାକୁ ନେଇ ସ୍ୱାଭାବିକ ସନ୍ଦେହ କରାଯାଉଛି। ତେଣୁ ଏହାର ଉପଯୁକ୍ତ ଅନୁସନ୍ଧାନ କରାଯାଉ ଓ ପୁରୁଣା ମିଟର ଗୁଡ଼ିକୁ ତ୍ରୁଟିଯୁକ୍ତ ବିବେଚନା ହେଲେ ମିଟର ପ୍ରସ୍ତୁତ କରିଥିବା ସଂସ୍ଥାର ସ୍ୱୀକୃତି ବାତିଲ କରାଯାଉ ବୋଲି ଦଳ ଦାବି କରିଛି। ସ୍ମାଟ୍ର୍ ମିଟର ଲାଗିଲେ ମୋବାଇଲ୍ ଫୋନ୍ ରିଚାର୍ଜ ଭଳି ଖାଉଟିକୁ ପ୍ରଥମେ ଟଙ୍କା ଦେବାକୁ ପଡ଼ିବ। ବାଲାନ୍ସ ସରିଲେ ଉପଭୋକ୍ତା ଅନ୍ଧାରରେ ରହିବାକୁ ବାଧ୍ୟ ହେବେ। ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟରର ସଂଯୋଗୀକରଣର ଆର୍ଥିକ ବୋଝ ନ ଲଦି ସରକାର ନିଜ ଖର୍ଚ୍ଚରେ ଏହାକୁ ଲଗାନ୍ତୁ ବୋଲି ପାର୍ଟି ଦାବି କରିଛି।
ମଣିଭଦ୍ରା ଖବର, କଟକ
Post a Comment