BREAKING
Loading...
:

ବାଇକ ଦୁର୍ଘଟଣାରେ ଯୁବକ ମୃତ

 ବାଇକ ଦୁର୍ଘଟଣାରେ ଯୁବକ ମୃତ 

ଭାପୁର,୮/୧( ମଣିଭଦ୍ରା ଖବର) ଭାପୁର ବ୍ଲକ            ଗୋଳାପୋଖରୀ ଗ୍ରାମର ଜଣେ ଯୁବକ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ସୁତ୍ରରୁ ପ୍ରକାଶ, ଗୋଳାପୋଖରୀ ଗ୍ରାମ ପନ୍ଦାରି ମଳିକ ଙ୍କ ପୁଅ ମଳୟ ରଞ୍ଜନ ମଳିକ ଭୁବନେଶ୍ୱରରେ ଡ଼୍ରାଇଭର ଭାବେ ଚାକିରି କରି ନିଜ ପରିବାର ଚଳାନ୍ତି। ମଳୟ ମଙ୍ଗଳବାର  ରାତିରେ ଭୁବନେଶ୍ୱରରୁ ନିଜ ଗ୍ରାମ          ଗୋଳାପୋଖରୀ କୁ ଏକ ବୁଲେଟ ଗାଡିରେ କଳାପଥର - ଭାପୁର ବାଇପାସ୍ ରାସ୍ତା ଦେଇ ଫେରୁଥିଲେ। ମାତ୍ର, ରାତି ପ୍ରାୟ ୧୦ ଘଟିକା ସମୟରେ ମରିଚିଆ ଗ୍ରାମ ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇ ଗାଡି ସହ ଛିଟିକି ପଡି ଯାଇଥିଲେ। ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମଳୟ କୁ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ମାତ୍ର, ସେଠାରେ କାର୍ଯ୍ୟରତ ଡାକ୍ତର ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମୃତ୍ୟୁ ଘୋଷଣା କରିଥିଲେ। ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ କୁ ଜବତ କରିବା ସହ ଦୁର୍ଘଟଣା ସ୍ଥଳରୁ ଗାଡିକୁ ଜବତ କରିଥିଲେ। ଏନେଇ, ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବୁଧବାର ଦିନ ଶବ ବ୍ୟବଚ୍ଛେଦ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛନ୍ତି। ମଳୟ ର ମୃତ୍ୟୁ ନେଇ ଗ୍ରାମରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଘରେ ତା'ର ବିଧବା ପତ୍ନୀ, ଗୋଟିଏ ପୁଅ ଓ ଝିଅ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। 

ବିଭୂତି ମହାପାତ୍ର, ଭାପୁର 

Post a Comment

أحدث أقدم
Header ADS