BREAKING
Loading...
:

ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ ଦାବି

 ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ ଦାବି

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଏନ୍ଏସି ର ୨ ନମ୍ବର ୱର୍ଡ ଅଧିନ ରେ ଥିବା ନୂଆ ପୋଖରୀ ହୁଡ଼ାରେ ୧ ବର୍ଷ ପୂର୍ବେ ନିର୍ମାଣ କରାଯାଉଥିବା ମିଶନ ଶକ୍ତି ଗୃହ କାର୍ଯ୍ୟ ରେ ନହେବା ପରି ଜଣାପଡ଼ିଛି। ଏହି ଗୃହ ଟି ନିର୍ମାଣ ହେବାପରଠୁ ସେଠାକୁ ସଂଯୋଗ କରୁଥିବା ରାସ୍ତା ନଥିବା ବେଳେ ସେଠାରେ ବିଜୁଳି ସଂଯୋଙ୍ଗି କରଣ ନଥିବାରୁ ସଂଧ୍ୟା ସମୟରେ ସେଠାକାର ଅବସ୍ଥା କହିଲେ ନସରେ ସତରେ ଖଣ୍ଡପଡ଼ା ଏନ୍ଏ ସି ର ମନ ମୂଖିଆ କାର୍ଯ୍ୟ କୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଖଣ୍ଡପଡ଼ା ର ଉନ୍ନତି ପାଇଁ ସରକାର ଙ୍କ ଅନେକ ଯୋଜନା ମାନ କାର୍ଯ୍ୟ କାରି କରିବା ସହ ଏ ବାବଦକୁ ଲକ୍ଷ୍ୟ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ତୃଣମୂଳ ସ୍ଥରରେ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଯୋଯନାଗୁଡିକ ସଫଳ ରୂପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଏଥିପ୍ରତି ଖଣ୍ଡପଡ଼ା ଏନ୍ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟକ୍ଷ ଦୃଷ୍ଟି ଦେଇ  ମିଶନ ଶକ୍ତି ଗୃହ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ୨ ନମ୍ବର ୱାରଡର ମିଶନ ଶକ୍ତି ମହୀଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS