BREAKING
Loading...
:

ପଇସା ପଛରେ ଧାଇଁ କେଜରିୱାଲ୍‌ଙ୍କ ପାଦ ଖସିଗଲା: ଆନ୍ନା ହଜାରେ

 ପଇସା ପଛରେ ଧାଇଁ କେଜରିୱାଲ୍‌ଙ୍କ ପାଦ ଖସିଗଲା: ଆନ୍ନା ହଜାରେ



ଦିଲ୍ଲୀ ନିର୍ବାଚନ ଆଗକୁ ଥିବା ବେଳେ ଆମ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଛନ୍ତି। ସମାଜସେବୀ ଆନ୍ନା ହଜାରେ। କେଜରିୱାଲ ସତ୍ୟ ପଥରୁ ବିଚ୍ୟୁତ ହୋଇ ଯାଇଛନ୍ତି ବୋଲି ଆନ୍ନା କହିଛନ୍ତି।


ଏହାକୁ ଦୁର୍ଭାଗ୍ୟର କଥା କହି ଆନ୍ନା କହିଛନ୍ତି 'କେଜ୍ରିୱାଲ ମୋ ସହିତ ଜଣେ ସ୍ୱେଚ୍ଛାସେବକ ଭାବରେ ଥିଲେ।


ମୁଁ ସବୁବେଳେ ତାଙ୍କୁ କହୁଥିଲି ଯେ...ତୁମର ଜୀବନକୁ ଶୁଦ୍ଧ ରଖ ଏବଂ ତ୍ୟାଗ କରିବା ଶିଖ।" "ସେ (କେଜ୍ରିୱାଲ) ଟଙ୍କାକୁ ପ୍ରାଥମିକତା ଦେବା ଆରମ୍ଭ କଲେ, ତେଣୁ ତାଙ୍କ ପାଦ ଖସିଗଲା” 


କେଜରିୱାଲଙ୍କୁ ଏବେ କ’ଣ ପରାମର୍ଶ ଦେବେ ବୋଲି ପଚରାଯିବାରୁ ଆନ୍ନା କହିଛନ୍ତି “ମୁଁ ତାଙ୍କୁ ଆରମ୍ଭରୁ ଦେଇଥିବା ଶିକ୍ଷା ମନେ ପକାଇ ଦେବାକୁ ଚାହେଁ।” ସେ ଆହୁରି କହିଛନ୍ତି ଯେ ସେ ଯେଉଁ ପ୍ରୟାଶ ଆରମ୍ଭ କରିଥିଲେ ସେଥିରେ ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀ ଏବଂ ଅନ୍ୟମାନେ ଏହାର ଅଂଶ ଥିଲେ। ହେଲେ କେଜରିୱାଲ୍ ପଇସା ପଛରେ ଧାଇଁବାରୁ ତାଙ୍କ ପାଦ ଖସିଗଲା।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS