BREAKING
Loading...
:

ଫେବୃଆରୀ ୩ ତାରିଖରୁ ବ୍ଳକ ସମ୍ମୁଖରେ ଗଣଧାରଣା ଦେବେ ଛାମୁଣ୍ଡିଆ ଗ୍ରାମବାସୀ

 ଫେବୃଆରୀ ୩ ତାରିଖରୁ ବ୍ଳକ ସମ୍ମୁଖରେ ଗଣଧାରଣା ଦେବେ ଛାମୁଣ୍ଡିଆ ଗ୍ରାମବାସୀ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଠାରୁ ବଡମୂଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ଗ୍ରାମବାସୀ ମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି । ତେବେ ପ୍ରଶାସନର ଏଭଳି ବେଖାତିର ମନୋଭାବକୁ ବିରୋଧ କରି ଆଗାମୀ ଫେବୃୟାରୀ ୩ ତାରିଖ ଠାରୁ ଗ୍ରାମବାସୀ ମାନେ ଗଣିଆ ବ୍ଳକ ସମ୍ମୁଖରେ ଗଣ ଆନ୍ଦୋଳନ କରିବା ସହିତ ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ତହସିଲଦାର ପ୍ରିତିବାଳା ରଣା, ଅଧ୍ୟକ୍ଷା ଝୁନା ଜେନା, ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ,ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଗୁରୁବାର ଛାମୁଣ୍ଡିଆ ଆଞ୍ଚଳିକ ବିକାଶ ମଞ୍ଚ ସଭାପତି ଜୟକୃଷ୍ଣ ସାହୁଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇ ଗଣଧାରଣା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS