BREAKING
Loading...
:

ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ଦ୍ଵିତୀୟ ସେମିଫାଇନାଲରେ ଅନଗୁଳକୁ ଭେଟିବ ଫୁଲବାଣୀ

 ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, 

ଦ୍ଵିତୀୟ ସେମିଫାଇନାଲରେ ଅନଗୁଳକୁ ଭେଟିବ ଫୁଲବାଣୀ 

ଗଣିଆ ( ମଣିଭଦ୍ରା ଖବର) ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାଲିଥିବା ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ପରସ୍ପରକୁ ଭେଟିଥିଲେ କଲିକତା ବନାମ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ। ପ୍ରଥମାର୍ଦ୍ଧରେ ଉଭୟଦଳର ଖେଳାଳୀମାନେ ଆରମ୍ଭରୁ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ପରସ୍ପର ଉପରେ ଆଧିପତ୍ୟ ଜାହିର କରିଥିଲେ ଏବଂ ପରସ୍ପର କୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦ୍ଵିତୀୟାର୍ଧ୍ୟ ରେ ଫୁଲବାଣୀ ଦଳ କଲିକତାକୁ ଗୋଟିଏ ଗୋଲ ଦେଇ ୨ -୧ ରେ ବିଜେତା ଘୋଷିତ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି ।

   

ଆଜିର ମ୍ୟାଚରେ ସ୍ଵତନ୍ତ୍ର ଅତିଥି ଭାବେ  ଗଣିଆ ବ୍ଲକ ଅଧ୍ୟକ୍ଷ ଝୁନା ଜେନା ଏବଂ ଫ୍ରାଙ୍କଲିନ ଗୃପ ଭୁବନେଶ୍ଵରର ଚେୟାରମେନ ଆଲୋକ କୁମାର କର ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ପ୍ରସନ୍ନ କୁମାର ଦାଶ, କିଶୋର ପ୍ରସାଦ ସମିତି ସଭ୍ୟା ରଞ୍ଜିତା ବେହେରା, ଭଗବାନ କର ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନସ୍ ଭଦ୍ରକର ଚେୟାରମେନ ନିଳାଞ୍ଚଳ ସାହୁ,ଶିବାଂସି ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନସ୍ ଦଶପଲ୍ଲା ର ଚେୟାରମେନ ଦିନେଶ କୁମାର ଦୋରା, ସ୍ଵାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରଞ୍ଜନ କୁମାର ରାଉଳ  ଯୋଗଦାନ କରିଥିଲେ ।  ସମସ୍ତ ଅତିଥିମାନେ ଜଗନ୍ନାଥ ମନ୍ଦିର ନିକଟରୁ ପଟୁଆର କରି ପଡିଆ ନିକଟସ୍ଥ ମଞ୍ଚ ନିକଟକୁ ଆସିଥିଲେ । ଖେଳ ପ୍ରାରମ୍ଭରୁ ଏବଂ ମଧ୍ୟାହ୍ନରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର  ଛାତ୍ରୀ ମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ଦେବୀପ୍ରସାଦ  ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ବିଶ୍ଵ ରଞ୍ଜନ ସେଠୀ,କ୍ରିଡ଼ା ସମ୍ପାଦକ ଫକୀର ମୋହନ ଡାକୁଆ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା,ସହ ସମ୍ପାଦକ ସନ୍ତୋଷ କୁମାର ବେହେରା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର, ଉପଦେଷ୍ଟା ଏବଂ ସାସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା ଏହି କ୍ରୀଡ଼ା ଉତ୍ସବରେ ସହଯୋଗ କରିଥିଲେ । ଓଡ଼ଗାଁ ଅଞ୍ଚଳର ନିରାକାର ମଣ୍ଡଳ ପ୍ରତ୍ୟେକ ଗୋଲ୍ ସ୍କୋର ପାଇଁ ସଂପୃକ୍ତ ଖେଳାଳିଙ୍କୁ ଦୁଇ ଶହ ଟଙ୍କା ଏବଂ ଗଣିଆ ର ମନୋରଞ୍ଜନ ମହାଳିକ ଏକଶହ ଟଙ୍କାର ପୁରସ୍କାର ବଣ୍ଟନ କରି  ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ୨ୟ ସେମିଫାଇନାଲ ପତାକା କ୍ଲବ ଅନୁଗୁଳ ସହିତ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଦଳ ମଧ୍ୟରେ ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟକ ଦର୍ଶକ ଆସିବାକୁ ସଭାପତି ଗିରିଧାରୀ ସେଠୀ ଅନୁରୋଧ କରିଛନ୍ତିି । ଆଜିର ମ୍ୟାଚ ପରିଚାଳନା କରିଥିଲେ ରେଫରି ସୁଜିତ୍ କୁମାର ପାତ୍ର, ସହକାରୀ ରେଫରି ଦିଲ୍ଲୀପ କୁମାର ରାଉତ, ସହକାରୀ ରେଫରି ଶିବ ପ୍ରସାଦ ସାମନ୍ତରାୟ ଏବଂ ଚତୁର୍ଥ ରେଫରି ଶୁଭ୍ରଜିତ ଦଳଛତ୍ରା ସହଯୋଗ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS