BREAKING
Loading...
:

୨୦୦୪ ମସିହା ମ୍ୟାଟ୍ରିକ ବ୍ୟାଚ ବନ୍ଧୁ ମିଳନ

 ୨୦୦୪ ମସିହା ମ୍ୟାଟ୍ରିକ ବ୍ୟାଚ ବନ୍ଧୁ ମିଳନ 

ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୪ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ସ୍ଥାନୀୟ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଗତ କିଛି ବର୍ଷ ଧରି ଏହି ବ୍ୟାଚର ବନ୍ଧୁମିଳନ ହୋଇଆସୁଅଛି । ଦୂରଦୂରାନ୍ତରୁ ପ୍ରାୟ ୩୦ରୁ ଅଧିକ ପୁରାତନ ଛାତ୍ର, ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । 

ଦୀର୍ଘ ଦିନ ପରେ ନିଜ ସ୍କୁଲ ବେଳର ସାଙ୍ଗକୁ ଦେଖି ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସହିତ ମଜା ଖୁସିରେ ବନ୍ଧୁମିଳନ ପାଳିତ ହୋଇଯାଇଛି  । ନୃତ୍ୟ ଗୀତର ତାଳେ ତାଳେ ସମସ୍ତେ ଝୁମି ଯାଇଥିଲେ । ପ୍ରତିବର୍ଷ ଏହି ବନ୍ଧୁ ମିଳନ ପାଳନ କରିବାକୁ ସମସ୍ତେ ସମ୍ମତି ପ୍ରଦାନ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS