ଟାଇବ୍ରେକର ପଦ୍ଧତିରେ ବରଗଡ ଚମ୍ପିୟାନ
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ)
ଆଜି ୨୫ତମ ଦଶପଲ୍ଳା କପ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ମଣିପୁର ଦଳ ସହ ଓଡିଶା ବରଗଡ ଦଳର ଖେଳ ହୋଇଥିଲା। ପ୍ରଥମାର୍ଦ୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳଙ୍କୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ ବରଂ ବରଗଡ ଖେଳାଳୀଙ୍କର ଅସୈ।ଜନ୍ୟ ବ୍ୟବହାର ଯୋଗୁ ରେଫରୀ ଦୁଇ ଥର ରେ ୨ଜଣଙ୍କୁ ରେଡକାର୍ଡ ଦେଖାଇ ପଡିଆ ବାହାରକୁ ପଠାଇ ଦେଇଥିଲେ।ନିର୍ଧାରିତ ସମୟ ମଧ୍ୟରେ ଆଉ ଗୋଲ ନ ହେବାରୁ ଟାଇ ବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ସେଥିରେ ବରଗଡ ଦଳ ୪-୨ ଗୋଲରେ ବିଜୟୀ ଘୋଷିତ ହୋଇଥିଲା। ଆଜିର ଖେଳ ପରିଚାଳନା କରିଥିଲେ ରେଫରୀ ଶ୍ୟାମସୁନ୍ଦର ସାହା। ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରଭାତ କୁମାର ଜେନା,ବିଧାୟକ ରମେଶ ଚନ୍ଦ୍ର ଵେହେରା, ନୂଆଗାଁ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରୀୟା ବେହେରା, ଦଶପଲ୍ଲା ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗଣିଆ ର ପୂର୍ବତନ ଫୁଟବଲ ଖେଳାଳି ମହେଶ୍ବର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମ୍ୟାନ ଅଫ୍ ଦି ମ୍ୟାଚ ମଣିପୁର ଦଳର ୨୫ନମ୍ଵର ଖେଳାଳୀ ହାସଲ କରିଥିବା ଵେଳେ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବରଗଡ ଦଳ ସପକ୍ଷରେ ଯାଇଥିଲା । ଆଜିର ଖେଳ ପରିଚାଳନା କରିଥିଲେ ରେଫରୀ ଶ୍ୟାମସୁନ୍ଦର ସାହା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ପମିନ୍ କଲଚରାଲ ଟ୍ରୁପ୍ ସହଯୋଗ କରିଥିଲେ। ଅନ୍ତିମ ଦିବସରେ ସମସ୍ତ ଖେଳ ଯଥା- କ୍ରୀକେଟ,ଚେସ୍, ତାସ୍, ବ୍ୟାଡମିଣ୍ଟନ , ଭଲିବଲ ଆଦି ଖେଳ ଗୁଡିକର ବିଜେତା ଓ ଉପବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦୀର୍ଘ ୨୫ବର୍ଷ ଧରି ସୁଚାରୁ ରୁପେ ଖେଳ ସମ୍ପାଦନ କରୁଥିବାରୁ ଜନସାଧାରଣଙ୍କ ପକ୍ଷରୁ ସ୍ପୋଟିଭ ସ୍ପୋର୍ଟସ ସୋସାଇଟିର ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର , ସଭାପତି କୁଞ୍ଜ ବିହାରୀ ମିଶ୍ର, ଉଦଘୋଷକ ଶ୍ରୀନାଥ ସାହୁ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment