BREAKING
Loading...
:

ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟରଙ୍କ ବିବାଦ ବଢ଼ିବାରେ ଲାଗିଛି

 

ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟରଙ୍କ ବିବାଦ ବଢ଼ିବାରେ ଲାଗିଛି। ସରକାର ବଦଳିବା ପରେ କର୍ପୋରେଟରଙ୍କ ବିବାଦ କୁହୁଁଳିଥିଲା। ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଶୁଣିବାକୁ ମିଳୁଛି ଏସବୁ ପଛରେ ଏକ ଅଦୃଶ୍ୟ ଶକ୍ତି କାମ କରୁଛି। ଗତକାଲି କାଉନସିଲ ବୈଠକ ଚାଲିଥିବା ବେଳେ ଜଣେ କର୍ପୋରେଟର କମିଶନରଙ୍କୁ ଅମର୍ଯ୍ୟାଦା ସମ୍ପନ୍ନ ଆଚରଣ ଦେଖାଇଥିଲେ। କମିଶନର ସେଠାରୁ ଚାଲିଯିବା ପରେ କାଉନସିଲ ବୈଠକ ଅଧାରେ ବନ୍ଦ ହେଲା। ତଥାପି ବିବାଦ ସମାଧାନ ହୋଇପାରିଲା ନାହିଁ। କିଛି କର୍ପୋରେଟର ବିଏମସିରେ ଧାରଣା ଦେଲେ। ଆଜି ଅନ୍ୟପକ୍ଷ କର୍ପୋରେଟର ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ସେପଟେ କର୍ପୋରେଟରଙ୍କ ଦୁର୍ବ୍ୟବହର ସମ୍ପର୍କରେ କମିଶନର ଓଏଏସ ସଂଘରେ ଅଭିଯୋଗ କରିଥିଲେ। ଆଜି ଓଏଏସ ସଂଘ ବିଏମସିରେ ପହଞ୍ଚି କମିଶନରଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି। ସରକାର ବଦଳୁ ବଦଳୁ କାହିଁକି ବିଜେଡ଼ି କର୍ପୋରେଟରଙ୍କ ଭିତରେ ଏତେ ମତ ପାର୍ଥକ୍ୟ ଓ ବାକ୍ ଯୁଦ୍ଧ ଲାଗିରହିଛି ସାଧାରଣରେ ଆଲୋଚନା ହେଉଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS