ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନୂତନ ଏକ୍ସସ୍ରେ ମେସିନ ଓ ବର୍ଜ୍ୟବସ୍ତୁ ଗୃହ ଉଦଘାଟନ ।
ନିମାପଡା (ମଣିଭଦ୍ରା ଖବର) ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଇକୋ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ୍ସସ୍ରେ ମେସିନ ଓ ବର୍ଜ୍ୟବସ୍ତୁ ଗୃହ କୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଫିତା କାଟି ଉଦଘାଟନ କରିଥିଲେ ।ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସଭା ଗୃହ ମଧ୍ୟରେ ଅବସରପ୍ରାପ୍ତ ଗ୍ରହଣ କରିଥିବା ୨ ଜଣ ଆଶା କର୍ମୀଙ୍କୁ ସାନ୍ତ୍ୱନା ମୂଳକ ଭାବେ ଏକ ଲକ୍ଷ ଟଙ୍କା ଦିଆଯିବା ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଙ୍କ ଦ୍ଵାରା ଉତରୀୟ ଓ ମାନପତ୍ର ଦେଇ ସମ୍ନାନିତ କରାଯାଇଥିଲା । ଏହି ନୂତନ ଏକ୍ସସେ ମେସିନୀ ଚାରିଛକ ସହିତ ଗୋପ ନୟା ହାଟ ,କାକଟପୁର ପ୍ରମୁଖ ଅଞ୍ଚଳର ଲୋକ ସୁବିଧା ପାଇବେ ବୋଲି ଇପ ମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ତ ଉଦଘାଟନ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଡ଼କ୍ଟର ରୂପବନ୍ଧୁ ମିଶ୍ର ,ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ପ୍ରଶାନ୍ତ କୁମାର ସାମନ୍ତରାୟ , ଇକୋ ବ୍ୟାଙ୍କର ଜି ଏମ ଗୌତମ ପାତ୍ର ,ସାଂସଦ ନିମାପଡା ବ୍ଲକ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା ,ବି ଏ ଏମ ଆଶୁତୋଷ ମିଶ୍ର ,ବିପିଏମ ଶିବ ନାରାୟଣ ନନ୍ଦ ,ଡ଼କ୍ଟର ମହେଶ ମହାପାତ୍ର , ଡ଼କ୍ଟର ଅଭିନନ୍ଦନ ମହାପାତ୍ର ସହିତ , ମିନଲତା ମହାନ୍ତି ,ଜଚିନ୍ଦ୍ର ସ୍ୱାଇଁ ,କୃଷ୍ଣଚନ୍ଦ୍ର ସ୍ୱାଇଁ , ପ୍ରଭାତ ନାୟକ , ଭକ୍ତବନ୍ଧୁ ବିଶ୍ୱାଳ ,ଜ୍ୟୋତିରଞ୍ଜନ ପାତ୍ର ,କୃଷ୍ଣଚନ୍ଦ୍ର ନାୟକ ,ଦୁର୍ଯ୍ୟୋଧନ ମହାନ୍ତି ,ମନୋଜ ନାୟକ , ସରପଞ୍ଚ ଅଜୟ ପରିଡ଼ା ଭୋଦର ପଞ୍ଚାୟତ ସରପଞ୍ଚ ଚାରୂଲତା ବେହେରା ,ଅଭୟ ନାୟକ ଭଗବାନ ମିଶ୍ର, କୈଳାଶ କର ପ୍ପ୍ରମୁଖ ଯୋଗଦେଇଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق