BREAKING
Loading...
:

ଆନନ୍ଦପୁର ବିଡ଼ିଓଙ୍କୁ ମିଳିଲା ଗଣିଆ ବିଡ଼ିଓ ଦାୟିତ୍ବ

 ଆନନ୍ଦପୁର ବିଡ଼ିଓଙ୍କୁ ମିଳିଲା ଗଣିଆ ବିଡ଼ିଓ ଦାୟିତ୍ବ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକଙ୍କ ବଦଳି ପରେ ଗଣିଆରେ ବିଡ଼ିଓ ପଦବୀ ଖାଲି ପଡ଼ିଥିଲା । ତେବେ ୩୧ ଡିସେମ୍ବରରେ ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିବା ଜଣାପଡିଛି । ରାଜ୍ୟର ବିଭିନ୍ନ ବ୍ଳକରେ କାର୍ଯ୍ୟରତ ୨୦ ଜଣ ବିଡ଼ିଓଙ୍କୁ ଅଦଳବଦଳ କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ଗଣିଆ ବିଡ଼ିଓ ଭାବେ ଆନନ୍ଦପୁର ବିଡ଼ିଓ ଭାବେ କାର୍ଯ୍ୟରତ ଯୋଗରଞ୍ଜନ ନାଏକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି । ତେବେ ଗଣିଆରେ ବିଡ଼ିଓ ନଥିବାରୁ ତହସିଲଦାର  ଭାରପ୍ରାପ୍ତ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ଏ ନେଇ ମଣିଭଦ୍ରା ଖବରରେ ଖବର ପ୍ରକାଶିତ ହୋଇଥିଲା । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS