BREAKING
Loading...
:

ଲୁଚକାଳି ଖେଳୁଛି ଶୀତ; ଡିସେମ୍ୱରରେ ବି ଦେଖାନାହିଁ*

 ଲୁଚକାଳି ଖେଳୁଛି ଶୀତ; ଡିସେମ୍ୱରରେ ବି ଦେଖାନାହିଁ*

କଟକ( ମାନସ କୁମାର ସାହୁ) ନଭେମ୍ୱର ସରି ଡିସେମ୍ୱର ହେଲଣି। ହେଲେ ରାଜ୍ୟରେ ଶୀତର ଦେଖା ନାହିଁ। ପ୍ରତିବର୍ଷ ଏହି ସମୟରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ଶୀତ ଗାୟବ ହୋଇଯାଇଛି। କମ୍ୱଳ ଘୋଡ଼ାଇ ହେବା ସମୟରେ ଫ୍ୟାନ ଦରକାର ପଡୁଛି। ତେବେ ଆଜିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଶୀତ ସାମାନ୍ୟ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ତାପମାତ୍ରା ସ୍ୱାଭାବିକରୁ ସାମାନ୍ୟ କମ ଥିବାରୁ ଶୀତ ସେଭଳି ଅନୁଭୂତ ମଧ୍ୟ ହେଉନାହିଁ। ତେବେ ୪ ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ। ସେପଟେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ସହ ଝିପଝିପ ବର୍ଷା ହେଉଛି। । ଆଜି ଏବଂ ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS