*ବନ୍ଧରେ ବୁଡି ନାବାଳିକା ମୃତ
ଧରାକୋଟ (ମଣିଭଦ୍ରା ଖବର) ସବା ପଞ୍ଚାୟତ ସ୍ଥିତ ମଙ୍ଗଳପୁର ଗ୍ରାମରେ ଏକ ଅବଭାବନିୟ ଘଟଣା ଘଟିଯାଇଛି | ଉକ୍ତ ଗ୍ରାମର ବାବୁଲା ମୁନିଙ୍କ ବଡ ଝିଆ ଲିଃସ୍ପାରଣୀ ନାମକ ୧୬ ବର୍ଷୀୟ ନାବାଳିକା ର ନିଜ ଗ୍ରାମ ବନ୍ଧରେ ବୁଡି ମୃତୁ ଘଟଣାରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି | ଉକ୍ତ ନାବାଳିକାର ପିତା ବିଦେଶରେ ଥିବାବେଳେ ମା ସେହି ଦିନ ଧରାକୋଟ ଯାଇଥିବା ଜଣାପଡିଛି , ମା ଧରାକୋଟ ରୁ ଆସି ଘରେ ପଚାରିଲେ ଝିଆ କୁଆଡେ ଗଲା କେହି ସେଠିକି ଭାବେ କହି ନପାରିବାରୁ ଗ୍ରାମରେ ଖୋଜାଖୋଜି କରିବା ସମୟରେ ଜାଣିବାକୁ ପାଇଲେ ବନ୍ଧକୁ ଗାଧୋଇବାକୁ ଯାଇଥିଲା | ତାହା ଜାଣିପାରି ନାବାଳିକାର ମା ବନ୍ଧକୁ ଯାଇ ଦେଖିଲାବେଳେ ତାହାର ଚପଲ,ହଳଦିଆ ରଙ୍ଗର ଛୋଟ ବାଲଟି ଓ ଗାମୁଛା ପାହାଚ ଉପରେ ଥିବା ଦେଖି ମନରେ ସନ୍ଦେହ ହେଲା କାଳେ ପାଣିରେ ବୁଡ଼ିଯାଇଛି ବୋଲି, ପାଣିର କିଛି ଦୂର ଯାଇ ତାଙ୍କ ମା ଖୋଜିଲେ ମାତ୍ର ସନ୍ଧାନ ନପାଇବାରୁ ଗ୍ରାମବାସୀଙ୍କ ଉପସ୍ତିତିରେ ଗ୍ରାମର ଜାଗା ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ଦିନ ୩ ଘଣ୍ଟା ସମୟରେ ଶବକୁ ପାଣିରୁ ବାହାର କରି କୂଳକୁ ଆଣିଲେ ଓ ଜାଣିବାକୁ ପାଇଲେ ଝିଆର ମୃତୁ ଘଟିଛି | ପୋଲିସ ଉକ୍ତ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି |
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment