*ଓଡ଼ିଆ ଅସ୍ମିତାକୁ ରଘୁବରଙ୍କ ଚୋଟ, ଯାଉ ଯାଉ ସତ ଉଗାରିେଲ*
ଓଡ଼ିଶା ରାଜ୍ୟପାଳ ପଦରୁ ବିଦାୟ ହୋଇଥିବା ରଘୁବର ଦାସଙ୍କ ୧୩ ମାସର କାର୍ଯ୍ୟକାଳ ବିବାଦରେ ଭରପୂର ଥିଲା। ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ସେ ବିବାଦୀୟ ହୋଇପଡ଼ିଥିଲେ। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦବୀରେ ରହି ସେ ନିଜ ପଦମର୍ଯ୍ୟାଦାର େଯତେ କ୍ଷତି କରିଛନ୍ତି, ଏହାପୂର୍ବରୁ ଓଡ଼ିଶାର କୌଣସି ରାଜ୍ୟପାଳଙ୍କ କ୍ଷେତ୍ରରେ କେବେ ଦେଖାଯାଇନାହିଁ। ଗତବର୍ଷ ଅକ୍ଟୋବରରେ ସେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ତତ୍କାଳୀନ ନବୀନ ସରକାରକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ। ରାଜ୍ୟପାଳ ଅପେକ୍ଷା ଦଳୀୟ କର୍ମୀ ଭାବେ ଆଚରଣ ପ୍ରଦର୍ଶନ କରିଥିେଲ। ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାର ବିରୋଧରେ ପରିବେଶ ତିଆରି କରିବାକୁ ଉଦ୍ୟମ କରିଥିଲେ। ଶାସକ ବିଜେଡି ପକ୍ଷରୁ ଏହାର ବିରୋଧ କରାଯାଇଥିଲା।କିନ୍ତୁ ଲୋକଙ୍କ ସମସ୍ୟା ବୁଝିବା ଆଳରେ ଦଳୀୟ ଏଜେଣ୍ଟ ଭାବେ କାମ କରିବାକୁ ୌସ ପଛାଇ ନଥିଲେ। ଏହାକୁ ସେତେବେଳେ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଥିଲା। କିନ୍ତୁ ରାଜ୍ୟପାଳ ପଦରୁ ବିଦା ହେବା ପରେ ସତ କଥା ଉଗାରିଛନ୍ତି ରଘୁବର।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆଜି ପୁରୀ ଯାଇଥିବା ବେଳେ ରଘୁବର ଯେଉଁ ବୟାନ ଦେଇଛନ୍ତି, ସେଥିରେ ପରୋକ୍ଷରେ ସ୍ବୀକାର କରିଛନ୍ତି ଯେ ନବୀନ ସରକାର ବିରୋଧରେ ମାହୋଲ ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ପୁରୀରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ ସେ ନବୀନ ସରକାର ବିରୋଧରେ ବିଷୋଦଗାର କରିଛନ୍ତି। କହିଛନ୍ତି ଯେ ନବୀନ ସରକାର ରାଜ୍ୟବାସୀଙ୍କ ସ୍ବାର୍ଥକୁ ଅଣଦେଖା କରୁଥିଲେ। ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ ଥିଲେ। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଥିଲା ଏବଂ ନିର୍ବାଚନରେ ଏହା ପ୍ରତିଫଳିତ ହୋଇଛି। ନବୀନ ସରକାରଙ୍କୁ ହଟାଇ ଲୋକେ ସେମାନଙ୍କର ଆକ୍ରୋଶ ଜାହିର କରିଛନ୍ତି। ସରକାର ବଦଳାଇଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏହି ମନ୍ତବ୍ୟରେ ସେ ଯେଉଁ ଭାଷାର ବ୍ୟବହାର କରିଛନ୍ତି, ତାହା କେବେହେଲେ କୌଣସି ରାଜ୍ୟପାଳ କରନ୍ତି ନାହିଁ। ଏଭଳି ଭାଷା କେବଳ ଦଳୀୟ କର୍ମୀ ଓ ନେତାମାନେ ହିଁ କରନ୍ତି। ଏଭଳି ମନ୍ତବ୍ୟ ଦେଇ ରଘୁବର ସ୍ବୀକାର କରିଛନ୍ତି ଯେ ରାଜବଭନକୁ ସେ ଦଳୀୟ କାର୍ଯ୍ୟାଳୟରେ ପରିଣତ କରିଥିଲେ। ଓଡ଼ିଶା ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ଆସିିଥିଲା, ତାହା ଯେ ସଂପୂର୍ଣ୍ଣ ସତ ଥିଲା, ତାହା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଯାଉଛି। ଏବେ ପ୍ରଶ୍ନ ଉଠିଲାଣି ଯେ ରାଜ୍ୟପାଳ ଭାବେ ସେ ନିଜର ସାମ୍ବିଧାନିକ ଦାୟିତ୍ବ ତୁଲାଉଥିଲେ ନା ରାଜଭବନରେ ରହି ନବୀନ ସରକାରକୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ? ନବୀନ ସରକାରକୁ ହଟାଇଥିବାରୁ ରାଜ୍ୟବାସୀଙ୍କୁ ରାଜ୍ୟପାଳଙ୍କ ଧନ୍ୟବାଦ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ନାହିଁକି? ଏହା କରି ୌସ ସମ୍ବିଧାନ ପ୍ରତି ବିଶ୍ବାସଘାତ କରିଛନ୍ତି ବୋଲି ଆଇନ ବିଶେଷଜ୍ଞ ମତ ଦେଇଛନ୍ତି।
କେବଳ ସେ ଦଳୀୟ ରାଜନୀତିରେ ମାତିନଥିଲେ, ସରକାରୀ କାର୍ୟ୍ୟ ହସ୍ତକ୍ଷେପ କରି ନିଜ ମର୍ଜି ଅନୁସାରେ ଶାସନ ଚଳାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଆସିଥିବା ରାଜ୍ୟରେ ବିଜେପି ସରକାର ରଘୁବରଙ୍କ ପୁଅର କାରନାମାକୁ ନେଇ ଘୋର ଅଡ଼ୁଆରେ ପଡ଼ିଯାଇଥିଲା। ରାଜ୍ୟ ସରକାରଙ୍କର ଜଣେ କର୍ମଚାରୀଙ୍କୁ ତାଙ୍କ ପୁଅ ମାଡ଼ ମାରିଲା। କିନ୍ତୁ କାର୍ୟ୍ୟାନୁଷ୍ଠାନ ହୋଇପାରିନଥିଲା। ଏହାବିରୋଧରେ ବିଧାନସଭା କମ୍ପିଲା, ରାଜରାସ୍ତାରେ ମଧ୍ୟ ଆନ୍ଦୋଳନ ହେଲା। କିନ୍ତୁ ରାଜ୍ୟପାଳଙ୍କ ପୁଅକୁ ହାତ ମାରିବାକୁ ସାହସ କରିପାରିନଥିଲା ରାଜ୍ୟ ପୁଲିସ ପ୍ରଶାସନ। କାରଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଲାଗି ରାଜ୍ୟପାଳ ହିସାବରେ ରଘୁବର ଚାପ ପକାଇଥିଲେ। ତାଙ୍କ ଯୋଗୁଁ ମୋହନ ମାଝୀ ସରକାର ଏକରକମ ଅସହାୟ ହୋଇପଡ଼ିଥିଲା। ନବୀନ ସରକାର ବିରୋଧରେ ଷଡ଼ଯନ୍ତ୍ର କରିବା ସହିତ ରଘୁବର ଓଡ଼ିଶା ଅସ୍ମିତାକୁ ମଧ୍ୟ ଚୋଟ ପକାଇବାକୁ ପଛାଇ ନଥିଲେ।
ସୂଚନାଯୋଗ୍ୟ ଯେ ବିଜେପି ନେତା ରଘୁବର ଦାସ ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ। ସେ ଥିଲେ ରାଜ୍ୟର ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କ ସରକାର ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଏଥିପାଇଁ ତାଙ୍କୁ ଝାଡ଼ଖଣ୍ଡ ରାଜନୀତି ଠାରୁ ହଟାଇ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଶା ରାଜଭବନରେ ରହି ସେ ଝାଡ଼ଖଣ୍ଡ ରାଜନୀତିରେ ମଧ୍ୟ ମୁଣ୍ଡ ପୂରାଉଥିଲେ। ନିକଟରେ ଶେଷ ହୋଇଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କର ଭୂମିକା ନେଇ ବିଜେପି ହାଇକମାଣ୍ଡ ମଧ୍ୟ କ୍ଷୁବ୍ଧ ଥିେଲ। ରାଜ୍ୟପାଳ ପଦରୁ ତାଙ୍କୁ ହଟାଇବାରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق