ଓଡ଼ିଶା ସମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ।
ଭୁବନେଶ୍ଵର (ମଣିଭଦ୍ରା ଖବର);ବିକଳ୍ପ ଭବନ ପରିସରରେ ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଏକ ପ୍ରସ୍ତୁତି ବୈଠକ ମହାସଂଘ ସାଧାରଣ ସଂପାଦକ ତଥା ବିବିଧ ସମ୍ବାଦର ସଂପାଦକ ଗୌରାଙ୍ଗ ଚୌଧୁରୀଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା।ସାମ୍ବାଦିକ ବିଭିନ୍ନ ସମସ୍ୟା ଦରଦାମ ବୃଦ୍ଧି,ଆଳୁ ପିଆଜ ପରି ନିତ୍ଯବ୍ଯବହାର୍ଯ୍ଯ ଜିନିଷର ଅହେତୁକ ଦର ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କୁ କ୍ଷୋଭ ପ୍ରକାଶ କରାଯାଇଥିଲା । ତାର ସମାଧାନ ସହ ସଦସ୍ଯ ଅଭିଯାନକୁ ବ୍ଯାପକ କରିବା ପାଇଁ ସ୍ଥିର କରି ଆଗାମୀ ଡିସେମ୍ବର 22ତା ରବିବାର ଦିନ ମହୁରୀ କାଳୁଆଙ୍କ ପୀଠରେ ଏକ ବନ୍ଧୁମିଳନ ର ଆୟୋଜନ ପାଇଁ ସ୍ଥିର କରାଗଲା।ପ୍ରତିଷ୍ଠତା ସଭାପତି ଜୟରାମ ମହାରଣା,ଉପଦେଷ୍ଠା ତଥା ସାମାଜିକ କର୍ମୀ ଆଦିତ୍ଯ ନାରାୟଣ ରଥ,ଅନିଲ କୁମାର ଚୌଧୁରୀ,ମନରଞ୍ଜନ ପାଣିଗ୍ରାହୀ,ଚୁଡାମଣି ବେହେରା,ପ୍ରଶାନ୍ତ କୁମାର ମହାପାତ୍ର,ଟି ଶତିଷ ପାତ୍ର, ସୁଶାନ୍ତ କର,ସୁଭେନ୍ଦୁ କୁମାର ଦାଶ,ପବିତ୍ର ନାୟକ,ସୁରଜିତ ରାଉଳ,ଜୋତି ରଞନ ଗୌଡ ଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜିଲ୍ଲାର 50ରୁ ଉର୍ଦ୍ଧ ସଦସ୍ଯ ଉପସ୍ଥିତ ଥିଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق