BREAKING
Loading...
:

ବେଲପଡାପାଟଣାରେ ବର୍ଷା ଯୋଗୁଁ ଆଜିର ମ୍ୟାଚ ବାତିଲ, ଶୁକ୍ରବାର ତୃତୀୟ ଲିଗ୍ ସହିତ ପ୍ରଥମ ସେମିଫାଇନାଲ

 ବେଲପଡାପାଟଣାରେ ବର୍ଷା ଯୋଗୁଁ ଆଜିର ମ୍ୟାଚ ବାତିଲ, ଶୁକ୍ରବାର ତୃତୀୟ ଲିଗ୍ ସହିତ ପ୍ରଥମ ସେମିଫାଇନାଲ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣାର ସର୍ବବୃହତ ଜନ ଆଦୃତ  ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚକୁ ମଧ୍ୟ ବାତିଲ କରାଯାଇଛି । ବର୍ଷା ଯୋଗୁଁ ଖେଳ ପଡିଆର ବିଭିନ୍ନ ସ୍ଥାନରେ ପାଣି ଜମି ରହି କାଦୁଅ ପଚ ପଚ ହୋଇ ପଡ଼ି ରହିଛି । ବର୍ଷା ଯୋଗୁଁ ଗତକାଲି ମ୍ୟାଚ ବାତିଲ କରାଯାଇଥିବା ବେଳେ ଆଜିର ମ୍ୟାଚ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଆସନ୍ତାକାଲି ଶୁକ୍ରବାର ଗୋଟିଏ ଲିଗ୍ ଏବଂ ଗୋଟିଏ ସେମିଫାଇନାଲ ମ୍ୟାଚ ହେବ ବୋଲି ରଘୁନାଥ ଜୀଉ କ୍ଳବ୍ ତରଫରୁ ସୂଚନା ମିଳିଛି । ଆସନ୍ତାକାଲି ଦିବା ୯ ଘଟିକା ସମୟରେ ମ୍ୟାଚ ଆରମ୍ଭ ହେବ । ବେଲପଡାପାଟଣା ମ୍ୟାଚ ଦେଖିବା ଲାଗି ଦର୍ଶକଙ୍କ ମଧ୍ୟରେ ସବୁବେଳେ ଉତ୍କଣ୍ଠା ଲାଗିରହିଥିବାରୁ ଆସନ୍ତାକାଲି ଦିବା ୯ ଘଟିକା ସମୟରେ ଖେଳ ପଡ଼ିଆରେ ଉପସ୍ଥିତ ରହି ଭରପୂର ମଜା ନେବାକୁ କ୍ଳବ୍ ତରଫରୁ ନିବେଦନ କରାଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS