ବେଲପଡାପାଟଣାରେ ବର୍ଷା ଯୋଗୁଁ ଆଜିର ମ୍ୟାଚ ବାତିଲ, ଶୁକ୍ରବାର ତୃତୀୟ ଲିଗ୍ ସହିତ ପ୍ରଥମ ସେମିଫାଇନାଲ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣାର ସର୍ବବୃହତ ଜନ ଆଦୃତ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚକୁ ମଧ୍ୟ ବାତିଲ କରାଯାଇଛି । ବର୍ଷା ଯୋଗୁଁ ଖେଳ ପଡିଆର ବିଭିନ୍ନ ସ୍ଥାନରେ ପାଣି ଜମି ରହି କାଦୁଅ ପଚ ପଚ ହୋଇ ପଡ଼ି ରହିଛି । ବର୍ଷା ଯୋଗୁଁ ଗତକାଲି ମ୍ୟାଚ ବାତିଲ କରାଯାଇଥିବା ବେଳେ ଆଜିର ମ୍ୟାଚ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଆସନ୍ତାକାଲି ଶୁକ୍ରବାର ଗୋଟିଏ ଲିଗ୍ ଏବଂ ଗୋଟିଏ ସେମିଫାଇନାଲ ମ୍ୟାଚ ହେବ ବୋଲି ରଘୁନାଥ ଜୀଉ କ୍ଳବ୍ ତରଫରୁ ସୂଚନା ମିଳିଛି । ଆସନ୍ତାକାଲି ଦିବା ୯ ଘଟିକା ସମୟରେ ମ୍ୟାଚ ଆରମ୍ଭ ହେବ । ବେଲପଡାପାଟଣା ମ୍ୟାଚ ଦେଖିବା ଲାଗି ଦର୍ଶକଙ୍କ ମଧ୍ୟରେ ସବୁବେଳେ ଉତ୍କଣ୍ଠା ଲାଗିରହିଥିବାରୁ ଆସନ୍ତାକାଲି ଦିବା ୯ ଘଟିକା ସମୟରେ ଖେଳ ପଡ଼ିଆରେ ଉପସ୍ଥିତ ରହି ଭରପୂର ମଜା ନେବାକୁ କ୍ଳବ୍ ତରଫରୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment