ପାଣି ପାଇଁ ଡହକ ବିକଳ ଗ୍ରାମବାସୀ
ନୂଆଗାଁ (ମଣିଭଦ୍ରା ଖବର) ଏ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଳକ ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମରେ । ଏଠାରେ ବହୁ ଦିନରୁ ଜଳ ର ଅଭାବ ଲାଗି ରହିଛି । ଗୋଟିଏ ନଳକୂପ ହୋଇଥିବା ରୁ ଅଞ୍ଚଳବାସୀ ପାଣି ପାଇଁ ନଦୀ ନାଳକୁ ଆଶ୍ରୟ କରିଥାନ୍ତି। ତେବେ ଜଳ ସଙ୍କଟ ଦେଖା ଦେଇଥିବାରୁ ଏହି ସମସ୍ୟାକୁ ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗୋଟିଏ ସୋଲାର ପମ୍ପ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।
ଆକାଶ କୁମାର ନାୟକ, ନୂଆଗାଁ
إرسال تعليق