ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ
ଭୁବନେଶ୍ଵର (ମଣିଭଦ୍ରା ଖବର) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚିଟିଙ୍ଗ ଘାଟୀରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ରେ ଚିକିତ୍ସାଧୀନ ଯାତ୍ରୀମାନଙ୍କୁ ଭେଟିଛନ୍ତି ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା । ଦୁର୍ଘଟଣାର ଖବର ପାଇଲା ପରେ ତୁରନ୍ତ ପରିବହନ ଅଧିକାରୀ ଏବଂ ଏମଭିଆଇଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ଏବଂ ସଂଧ୍ୟାରେ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ପହଞ୍ଚି ସମସ୍ତ ଆହତ ଯାତ୍ରୀମାନଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଯାଞ୍ଚ କରିଥିଲେ ମାନ୍ୟବର ମନ୍ତ୍ରୀ । ଏହା ସହ ଚିକିତ୍ସାରେ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବାକୁ ଅଧିକାରୀଙ୍କୁ କହିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق