ମା ବ୍ରାହ୍ମଣ ଦେବୀଙ୍କର ବାର୍ଷିକ ଉତ୍ସବ
ନୟାଗଡ଼ (ରୀନା ସାହୁ) ଚାନ୍ଦପୁର ନିକଟ କଟକ ସହର ଗ୍ରାମର ଆରାଧ୍ୟ୍ୟ ଠାକୁରାଣୀ ମା ବ୍ରାହ୍ମଣ ଦେବୀଙ୍କର ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ମା ବ୍ରାହ୍ମଣ ଦେବୀଙ୍କ ପୀଠରେ ୩ ଦିନ ବ୍ୟାପୀ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଅଛି । ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବିଶ୍ୱ ଶାନ୍ତି ମହାଯଜ୍ଞର ଆଜି ଥିଲା ପୂର୍ଣ୍ଣାହୁତି ଦିବସ । ଏଥିପାଇଁ କଟକ ସହର ଗ୍ରାମ ପାଲଟିଥିଲା ଉତ୍ସବ ମୁଖର । ଗ୍ରାମର ପ୍ରତ୍ୟେକ ବାସିନ୍ଦା ଶୁଦ୍ଧ ସାକାହାରୀ ଭୋଜନ ଗ୍ରହଣ କରି ମାଙ୍କ ଆଶୀର୍ବାଦ ଲାଭ କରିଥିଲେ । ଗ୍ରାମବାସୀ ଙ୍କ ନିମନ୍ତ୍ରଣ କ୍ରମେ କଟକ ସହର ଗ୍ରାମରେ ଆସି ପହଁଚିଥିଲେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ... ଗ୍ରାମବାସୀ ମାନେ ବାଚସ୍ପତି ସୁରମା ପାଢୀଙ୍କୁ ପାଛୋଟି ନେଇଥିଲେ ମା ବ୍ରାହ୍ମଣ ଦେବୀଙ୍କ ପୀଠ ପର୍ଯ୍ୟନ୍ତ ।
ମା ବ୍ରାହ୍ମଣ ଦେବୀଙ୍କ ପୀଠରେ ପହଁଚି ମା ଙ୍କୁ ପ୍ରଣିପାତ କରିବା ସହ ପୂଜାର୍ଚ୍ଚନା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ଏହା ସହ ରାଜ୍ୟ ବାସୀଙ୍କର ମଙ୍ଗଳା କାମନା କରି ଦୀପଦାନ କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପରେ ସହ ସହ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ମା ବ୍ରାହ୍ମଣ ଦେବୀ ମନ୍ଦିର କମିଟି ସଭାପତି ସୁରେନ୍ଦ୍ର ସେନାପତି,କମିଟି ସଭ୍ୟ ଧୁଶାସନ ପାତ୍ର, ଗୋକୁଳ ବିହାରୀ ସେନାପତି,ଜଗନ୍ନାଥ ସ୍ୱାଇଁ, ନକୂଳ ପ୍ରଧାନ ଙ୍କ ସହ ମଣ୍ଡଳ ସଭାପତି ସୁବର୍ଣ ସିଂ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ନୟାଗଡ଼
Post a Comment