BREAKING
Loading...
:

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଦଶପଲ୍ଲା,୧୩/୧୨(ମଣିଭଦ୍ରା ଖବର) ଆଜି ନୂଆଗାଁ ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଡାକ୍ତରଖାନାରେ କାର୍ଯ୍ୟରତ ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ,ନାଶା-ଗଳା-କର୍ଣ୍ଣ ବିଭାଗ ବିଶେଷଜ୍ଞ, ମାନସିକ ଅନଗ୍ରସର ବିଶେଷଜ୍ଞ ମାନେ ଯୋଗଦେଇ ରୋଗୀଙ୍କ ଭିନ୍ନକ୍ଷମତା ଚିହ୍ନଟ କରିବା ସହ କିଏ କେତେ ପ୍ରତିଶତ ଭିନ୍ନକ୍ଷମ ତାହା ଆକଳନ କରିଥିଲେ ଏବଂ ତଦନୁଯାୟୀ ତାଙ୍କୁ ପ୍ରମାଣ ପତ୍ର ଦେବାକୁ ସୁପାରିଶ କରିଥିଲେ।ଅସ୍ଥିଶଲ୍ୟବିଭାଗର୨୫୧ଜଣଙ୍କୁ       ଚିହ୍ନଟ କରାଯାଇଥିବା ବେଳେ ଚକ୍ଷୁ ବିଭାଗ ରେ ୪୮ଜଣ, କର୍ଣ୍ଣ ବିଭାଗରେ ୧୨୦ଜଣ, ମାନସିକ ଅନଗ୍ରସର/ ବିକୃତିର ୫୮ଜଣଙ୍କୁ ଚିହ୍ନଟ କରି ପ୍ରମାଣ ପତ୍ର ଦେବାପାଇଁ ସୁପାରିସ କରାଯାଇଛି । ଏତଦ୍ ବ୍ୟତୀତ ୧୦ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ  ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଵେହେରା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିବା ସହ ତିନିଚକିଆ ସାଇକେଲ ବାଣ୍ଟିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରୀୟା ବେହେରା , ବିଡ଼ିଓ ଡ଼ା.ଅମ୍ରିତ କୁମାର ରାଉଳ,ବିଏସ୍ଏସ୍ଓ  ସ୍ବର୍ଣ୍ଣ ସାଗରିକା ଜେନା, ସହକାରୀ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ତେବେ ନୂଆଗାଁ ବ୍ଳକ ଟି ଭୈ।ଗୋଳିକ ଦୃଷ୍ଟିରୁ ବହୁ ଦୂରତ୍ବ ବିଶିଷ୍ଟ ଅଞ୍ଚଳ ହୋଇ ଥିବାରୁ ଅନେକ ରୋଗୀ ଆସି ପାରି ନଥିବା ଅଭିଯୋଗ ଶୁଣିବାକୁ ମିଳିଥିଲା । ମହୀପୁର କିମ୍ବା ବାହାଡାଝୋଲା ରେ ଏଭଳି ଆଉ ଗୋଟିଏ ଶିବିର କରାଗଲେ ବହୁ ଲୋକ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

Previous Post Next Post
Header ADS